ବନ୍ତ ମାଟିର ଯୁବ ଧାବକ ସୌରଭ ନିଜର ପରାକାଷ୍ଠା ଦେଖାଇଲେ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଭଦ୍ରକ ଜିଲ୍ଲା ବନ୍ତ ମାଟିର ଯୁବ ଧାବକ ତଥା ବନ୍ତ ଗ୍ରାମର ଉଦୟନାଥ ସେଠୀଙ୍କ ପୁତ୍ର ସୌରଭ ସେଠୀ ବନ୍ତରୁ ପୁରୀ ୨୧୦ କିମି ଦୌଡି ନିଜର ପରାକାଷ୍ଠା ଦେଖାଇ ପାରିଛନ୍ତି । ବୁଧବାର ସକାଳେ ବନ୍ତରୁ ଦୌଡିବା ଆରମ୍ଭ କରି ଗୁରବାର ପୂର୍ବାହ୍ନରେ ପୁରୀରେ ପହଞ୍ôଚଛନ୍ତି । ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପରେ ସେ ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି । ତାଙ୍କର କଠୋର ସାଧନା ଓ ଅଧ୍ୟବସାୟ ଆଜି ତାଙ୍କୁ ଜଗନ୍ନାଥଙ୍କ ନିକଟକୁ ନେଇ ଯାଇପାରିଛି ବୋଲି ସେ କହିଛନ୍ତି । ବନ୍ତରୁ ଦୌଡିବା ଆରମ୍ଭ କରିବା ପୂର୍ବରୁ ସେ ବନ୍ତ ପୁରୁଣା ବଜାରସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ବନ୍ତ ଗ୍ରାମର ଶିକ୍ଷକ ମଳୟ କୁମାର ନାୟକ, କୈଳାସ ସାହୁ, ଜ୍ୟୋତି ରଞ୍ଜନ ନାୟକ, ଚନ୍ଦନ ମହାନ୍ତି, ରଙ୍କନିଧି ସାହୁ, ପରମାନନ୍ଦ ବେହେରାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ବନ୍ତ ପୋଲିସ ପକ୍ଷରୁ ତାଙ୍କୁ ଗାଇଡ୍ କରାଯାଇ ବାରିକପୁର ପର୍ଯ୍ୟନ୍ତ ନେଇଯାଇଥିଲା । ଦୌଡିବା ସମୟରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଆଯାଇନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଦୌଡିବା ସମୟରେ ତାଙ୍କ ଭାଇ ଅରୁଣ ସେଠୀ, ଜ୍ୟୋତି ରଞ୍ଜନ ନାୟକଙ୍କ ସମେତ ଅନ୍ୟ ମାନେ ସାଙ୍ଗରେ ଯାଇଥିଲେ । ପୂର୍ବରୁ ସମଗ୍ର ଭଦ୍ରକ ଜିଲ୍ଲାରେ ଏଭଳି କେହି ଜଣେ ଯୁବ ଧାବକ ୨୧୦ କିମି ରାସ୍ତା ଦୌଡି ନଥିଲେ । ସୌରଭ ଆଜି ନିଜର ପରାକାଷ୍ଠା ଦେଖାଇ ବନ୍ତ ମାଟିକୁ ଗୌରାବାନ୍ୱିତ କରିପାରିଛନ୍ତି ବୋଲି ବ୍ଲକବାସୀ କହିଛନ୍ତି ।


