ବନ୍ଦର ସହର ପାରାଦ୍ୱୀପରେ ବନ୍ଦେ ଉତ୍କଳ ଜନନୀ ସ୍ୱରରେ ପ୍ରକମ୍ପିତ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ସମଗ୍ର ବିଶ୍ୱ କୋଭିଡ-୧୯ ବିରୁଦ୍ଧରେ ଲଢୁଛି । ଭାରତବର୍ଷ ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଲଢୁଛନ୍ତି ବିଶ୍ୱ ମହାମାରୀ କରୋନା ବିରୁଦ୍ଧରେ । କରୋନା ବିରୋଧି ଲଢେଇରେ ସର୍ବାଗ୍ରେ ଲଢୁଥିବା ଯୋଦ୍ଧାମାନଙ୍କ ସମ୍ମାନାର୍ଥେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ନିବେଦନ କରିଥିଲେ । ତଦନୁଯାୟୀ ବନ୍ଦର ସହର ପାରାଦ୍ୱୀପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାରାଦ୍ୱୀପ ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ପୌରହିତ୍ୟରେ ବନ୍ଦରର ବିଭାଗୀୟ ମୁଖ୍ୟ, ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସାମାଜିକ ଦୂରତ୍ୱ ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିପରି ପାରାଦ୍ୱୀପ ର ବୃହତ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋ ପାରାଦ୍ୱୀପ ୟୁନିଟ୍ ପରିସରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ୟୁନିଟ୍ ମୁଖ୍ୟ କେ.ଜେ.ପଟେଲଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଟେଡ୍ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଏସ୍‌ୟୁଜେ) ପାରାଦ୍ୱୀପ ଶାଖା ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ରାଜ୍ୟ ସାମ୍ବାଦିକ ବୋର୍ଡର ଅଧ୍ୟକ୍ଷ ଗଗନ ବିହାରୀ ସାହୁଙ୍କ ସମେତ ପାରାଦ୍ୱୀପ ର ବହୁ ସାମ୍ବାଦିକ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲଙ୍କ ନେତୃତ୍ୱରେ ଥାନା ପରିସରରେ ଏହି ବନ୍ଦେ ଉତ୍କଳ ଜନନୀ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ବହୁ ସଂଖ୍ୟାରେ ଥାନା କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ । ବଡପଡିଆ ସ୍ଥିତ ଜ୍ୟୋତି ମହିଳା ସମିତି ପରିସରରେ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସଭାନେତ୍ରୀ ପୁଷ୍ପାଞ୍ଜଳୀ ମିଶ୍ରଙ୍କ ସମେତ ମହିଳା ସମିତିର ସଦସ୍ୟାମାନେ ରାଜ୍ୟ ସଂଗୀତ ଗାନ କରିଥିଲେ । ସେହିପରି ପାରାଦ୍ୱୀପ ର ବିଭିନ୍ନ ଅନୁଷ୍ଠିତ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବାବେଳେ ପାରାଦ୍ୱୀପ ନିକଟସ୍ଥ ଢିଙ୍କିଆବାସୀ ସରପଞ୍ଚ କିଶୋର ପରିଡାଙ୍କ ନେତୃତ୍ୱରେ ଏହି ରାଜ୍ୟ ସଂଗୀତ ଗାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ