ସଂଗରୋଧ କେନ୍ଦ୍ର ବଗିଚ ସଜାଡିବାରେ ଲାଗିପଡିଛନ୍ତି ପ୍ରବାସୀ

ହାଟଡିହି, (ଓ୍ବାଇଏନ୍ଏସ୍):ହାଟଡିହି ବ୍ଲକ ମୁଗୁପୁର ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପଞ୍ଚୁଗୋଛିଆ ପଞ୍ଚାୟତର ପ୍ରବାସୀ ଓଡିଆମାନେ ଏବେ ହାଇସ୍କୁଲର ବଗିଚା ସହିତ ସ୍କୁଲ ପରିସରକୁ ସଫା ସୁତୁରା କରିବାରେ ଲାଗିପଡିଛନ୍ତି । ଦୀର୍ଘଦିନ ହେବ ସ୍କୁଲ ବନ୍ଦ ୋଇଯାଇଥିବାରୁ ବଗିଚାର ଘାସନଟା ଚରି ଯାଇଥିଲା । ଏଠାରେ ରୁଥିବା ଗଙ୍ଗାଧର ପଣ୍ଡା, ଗୟାଧର ପଣ୍ଡା, ମନୋଜ ସାହୁ, ମଳୟ ନାୟକ, ରାଜେନ୍ଦ୍ର ସାହୁ, ଦେବେନ୍ଦ୍ର ସେଠୀ, ଜଗବନ୍ଧୁ ଜେନା, ଅଜୟ ଜେନା, ଶ୍ରୀକାନ୍ତ ଜେନା, ଚିତ ସହୁ, ସୁଶାନ୍ତ ସାହୁ, ନଠୁରାମ ମୁଣ୍ଡା, ପ୍ରଶାନ୍ତ ସାହୁ, ଶ୍ରୀମନ୍ତ ଜେନାଙ୍କ ସମେତ ସମସ୍ତ ପ୍ରବାସୀ ସ୍କୁଲର ବଗିଚା ଓ ସ୍କୁଲ ପରିସରଟିକୁ ଲାଗିପାତି ସଫା କରିବା ସହିତ ବଗିଚାରେ ତବବା ଫୁଲ ଗଛ ଗୁଡିକୁ ନିୟମିତ ପାଣିଦେଉଛନ୍ତି । ଫଳରେ ବଗିଚାଟି ଏବେ ସ୍କୁଲର ଶୋଭାବର୍ଦ୍ଧନ କରୁଛି । ପ୍ରବାସୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ