କରୋନା ଯୋଦ୍ଧାଙ୍କୁ ସଲାମ୍‌

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା (ଭୁବନେଶ୍ୱର ମଧ୍ୟ)ଙ୍କ ତତ୍ତ୍ୱାବଧାନରେ ୱାର୍ଡ଼ ନଂ. ୨୮ରେ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମାଆମାନେ, ସମାଜସେବୀ, ବୁଦ୍ଧିଜୀବୀ, ସମସ୍ତେ ସାମାଜିକ ଦୂରତା ରକ୍ଷା କରି ବର୍ତ୍ତମାନେ ସମୟରେ ସାଢ଼େ ଚାରିକୋଟି ଓଡ଼ିଆ ଜାତିକୁ ଅଭୂତ ପ୍ରେରଣା ଯୋଗାଇବା । ଆଗକୁ ଆମ ପାଇଁ ଆହୁରି କଠିନ ରାସ୍ତ ଆସିପାରେ । ଆଗାମୀ ଦିନର ଆହ୍ୱାନକୁ ସଫଳ ଭାବରେ ମୁକାବିଲ କରିବା ଏବଂ ନୂଆ ସଙ୍କଳ୍ପ ନେଇ କାମ କରିବା ପାଇଁ ଶକ୍ତି ଯୋଗାଇବା ଉଦ୍ଦେଶ୍ୟ ହେଉଛି କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା, ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ଉପସ୍ଥିତ ଥିଲେ ଅଙ୍ଗନୱାଡ଼ି ଦିଦି ବିଜୟଲକ୍ଷ୍ମୀ ସିଂହ, ପ୍ର୍ରିୟଦର୍ଶିନୀ ବେହେରା ଏବଂ ତାଙ୍କ ସହକର୍ମୀ ନଜମା ବିବି, ଜୟନ୍ତୀ ନାୟକ ଏବଂ ନନ୍ଦିନୀପଲ୍ଲୀ ମୁଣ୍ଡାସାହିର ସଭାପତି କୁଳମଣି ନାୟକ, ସନାତନ ମୁଣ୍ଡା, ଶେଖ ସବିର, ଲକ୍ଷ୍ମୀ ଦିଗି, ମନୋରଞ୍ଜନ ମହାନ୍ତି ଏବଂ ପ୍ରଫୁଲ୍ଲ ନାୟକ । ଏହି କାର୍ଯ୍ୟକ୍ରମକୁ ସୁଚାରରୂପେ ପରିଚାଳନ କରିଥିଲେ ଯୁବ ସମାଜସେବୀ ବିବେକାନନ୍ଦ ବାରିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ