ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୋ ଖାଦ୍ୟ ବଣ୍ଟନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତାଳଦା, ନଗର,ଆଳସାହି ପଞ୍ଚାୟତ ଦେବୀ ନଦୀ ବନ୍ୟା ରେ କ୍ଷତିଗ୍ରସ୍ତ ହୋଇଛି। ଏ ସବୁ ଅଞ୍ଚଳ ର ଗୋରୁ,ଗାଈ, ଛେଳି,ମେଣ୍ଢା ମାନେ ଚରିବାକୁ କେଉଁଠିକୁ ଯାଇପାରିନାହାନ୍ତି। ଭୋକ ଉପାସରେ ଥିବା ଗୃହପାଳିତ ପଶୁ ମାନଙ୍କୁ ତୁରନ୍ତ ଗୋ ଖାଦ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଅସ୍ତରଙ୍ଗ ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଆଳସାହି ଓ ନଗର ପଞ୍ଚାୟତ କୁ ପ୍ରଥମ ପର୍ଯ୍ୟାୟ ରେ ପ୍ରାୟ ୧୮୦କୁଇଣ୍ଟାଲ ଗୋ ଖାଦ୍ୟ ଯୋଗାଇ ଦିଆଯାଇଛି। କେହି ଚାଷୀ ଯେପରି ଗୋ ଖାଦ୍ୟ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ ର ଲୋକ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଛନ୍ତି।


