ବନ୍ୟା ମୁକାବିଲା ସମ୍ପର୍କରେ ବିଜେପିର ସାମ୍ବାଦିକ ସମ୍ମିଳନୀ
ଧାମନଗର (ଓ୍ବାଇଏନଏସ): ଧାମନଗର ଭାରତୀୟ ଜନତା ପାର୍ଟି ତରଫରୁ ବନ୍ୟା ମୁକାବିଲା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଧାମନଗର ଜଜଳସେଚନ ବିଭାଗ ଡାକବଙ୍ଗଳା ପରିସରରେ ବିଧାୟକ ତଥା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଅଶୋକ ପୁହାଣଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ସାଂସଦଙ୍କ ବ୍ଲକ ଏବଂ ନଗର ପ୍ରତିନିଧି ମନୋରଞ୍ଜନ ମଲ୍ଲିକ,ସରୋଜ ମହାପାତ୍ର,ବିଜେପି ନେତା ଚତୁରଭୁଜ ନାୟକ,ଦୀପ୍ତିରଞ୍ଜନ ଜେନା,କିଶୋର ଚନ୍ଦ୍ର ଦାସ,ବିଜେପିର ଗଣମାଧ୍ୟମ ସଂଯୋଜକ ବୈକୁଣ୍ଠ ନାଥ ସାହୁ,ପ୍ରଶାନ୍ତ ପରିଡା ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଯୁବ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଧାମନଗରରେ ନିଜେ ଏବଂ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ ଏସପି,ଜଳସେଚନ ବିଭାଗ ମୁଖ୍ୟ ଅଧିକାରୀ,ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସମୀକ୍ଷା ବୈଠକ ଏ ପ୍ରସ୍ତୁତି ଆରମ୍ଭ କରି ଯେଉଁ ଢଙ୍ଗରେ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରି ସଫଳତାର ସହ ମୁକାବିଲା କରିଥିବାରୁ ମନ୍ତ୍ରୀଙ୍କ ସହିତ ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଥିଲେ। ତେବେ ୮୫ କିଲୋମିଟର ଲମ୍ବା ବନ୍ଧକୁ ମାତ୍ର ୧୫ରୁ୨୦ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସୁରକ୍ଷା ଦାୟିତ୍ବରେ ଉପସ୍ଥିତ ରହି ତଦାରଖ କରୁଥିଲେ।ଅତ୍ୟଧିକ ପାଣି ନଦୀ ବନ୍ଧ ଉପରେ ପ୍ରବାହିତ ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ବନ୍ଧ କ୍ଷତିଗ୍ରସ୍ତ ହୋଇନାହିଁ। ବନ୍ୟାରେ ଲକ୍ଷାଧିକ ଲୋକ ଜଳବନ୍ଦି ହୋଇଥିଲା ବେଳେ ବିପନ୍ନଙ୍କ ସୁରକ୍ଷା ଏକ ଚ୍ୟାଲେଞ୍ଜ ଥିଲା । ସରକାର ଏହାକୁ ଗୁରୁତ୍ବ ସହ ନେଇ ୫୬ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ପାଉଥିବା ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବନ୍ୟାବିପନ୍ନଙ୍କ ପାଖରେ ତ୍ବରିତ ସେବା ସ୍ବରୁପ ରନ୍ଧା ଖାଦ୍ୟ ଶୁଖିଲା ଖାଦ୍ୟ ସହିତ ୬୫ ହଜାର ପାଣିବୋତଲ ସାଙ୍ଗକୁ ଏକାଧିକ ଟ୍ୟାଙ୍କରରେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଆଜି ସୁଦ୍ଧା ୩ ହଜାର ପୋଲେଥିନ ବଣ୍ଟନ ସରିଥିବା ବେଳେ ୫ହଜାର ପୋଲେଥିନ ମହଜୁଦ ରହିଛି ବୋଲି ସୂଚନା ଦିଆଯାଇଛି। ଶେଷରେ ମନ୍ତ୍ରୀ ଙ୍କ ନଗର ପ୍ରତିନିଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଧାମନଗର ବିଜୁ ଜନତା ଦଳ ତରଫରୁ ବନ୍ୟା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ,ଭୟଙ୍କର ବନ୍ୟା ମୁକାବିଲାରେ ରାଜ୍ୟ ସରକାର ଏବଂ ପ୍ରଶାସନର ନିଷ୍କ୍ରିୟତା ଓ ଅବହେଳା ଯୋଗୁଁ ସାଧାରଣ ଲୋକ ଅସହାୟ ଅବସ୍ଥାରେ ଦିନ କାଟୁଥିବା ବିଜେଡି ନେତା ମାନେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।ଉକ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ଜିଲ୍ଲା ପରିଷଦ ମାନଙ୍କୁ ମନ୍ତ୍ରୀଙ୍କ ଅଫିସରୁ ତାଙ୍କ ପାଖକୁ ଫୋନ ଯାଇଥିଲା କିନ୍ତୁ ସେମାନେ ବୈଠକକୁ ନଆସି ବନ୍ୟା ବିପନ୍ନକୁ ନେଇ ବିରୋଧୀ ଦଳ ରାଜନୀତି କରୁଛନ୍ତି। କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜେପି ନେତା ମାନେ କହିଛନ୍ତି।


