ବନ ବିଭାଗ ମାନିଲା,ସାର୍ତ୍ତୁଲ ଜଙ୍ଗଲରେ ବୁଲୁଛି କଲରା ପତରିଆ ବାଘ: ଜଙ୍ଗଲକୁ ଯିବା ମନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବନାଞ୍ଚଳ ଅଧୀନ ସାର୍ତ୍ତୁଲ ସରଂକ୍ଷିତ ଜଙ୍ଗଲରେ ବାଘ ଥିବା କଥା ବନ ବିଭାଗ ମାନିଛି। ଜଙ୍ଗଲରେ ଏକ କଲରାପତରିଆ ବାଘ ଥିବା ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ସ୍ପଷ୍ଟ କରିଛନ୍ତି। ବନ ବିଭଗ ପକ୍ଷରୁ ଲାଗିଥିବା ଟ୍ରାପ୍‌ କ୍ୟ‌ାମେରା ଫୁଟେଜ୍‌ ଓ ପାଦ ଚିହ୍ନରୁ ଏହା ଏକ କଲାରାପତରିଆ ବାଘର ପାଦ ଚିହ୍ନ ବୋଲି ବନ ବିଭାଗ କହିଛି।ସୂଚନା ପ୍ରକାରେ, ଗ୍ରାମର ସରୋଜ ସାନସେଟଙ୍କ ଗାଈ ଚରାବୁଲା କରୁଥିବା ସମୟରେ ବାଘ ମାରି ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଜଙ୍ଗଲରେ ଗାଈର ଶବ ଅର୍ଦ୍ଧ ଖଣ୍ଡିଆ ଅବସ୍ଥାରେ ପଡ଼ିଥିବା ବେଳେ ନିକଟରେ ପାଦ ଚିହ୍ନ ଦେଖି ଏହା ବାଘର ପାଦ ଚିହ୍ନ ବୋଲି ଅଂଚଳରେ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଥିଲା। ଏ ନେଇ ବନାଞ୍ଚଳ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ସେହିଦିନ ଠାରୁ ତନାଘନା ତଦନ୍ତ ଚଳାଇଥିଲେ। ଶେଷରେ ତଦନ୍ତରୁ ଏହା କଲରାପତରିଆ ବାଘ ବୋଲି ଜଣାପଡ଼ିଛି। ଅଞ୍ଚଳ ବାସୀ ଜଙ୍ଗଲ କୁ ଯିବା ପାଇଁ ବାରଣ କରାଯିବା ସହ ବାଘ ଖାଇଥିବା ଗାଈର ମାଲିକଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ବଳଦ ପିଛା ଯେତିକି ପାଇବା ଯୋଗ୍ୟ ସେତିକି ଟଙ୍କା ଦିଆଯିବ ଏବଂ ସହାୟତା ପାଇଁ ଅନଲାଇନ୍‌ ଯୋଗେ ଆବେଦନ କରିବା ବ୍ୟବସ୍ଥା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ