ବରିଷ୍ଠ ଆଇନଜୀବୀ ତଥା ଗଞ୍ଜାମ ବାର୍ ଆସୋସିଏସନ ପୂର୍ବତନ ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ବିୟୋଗରେ ସ୍ମୃତି ସଭା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ବାର ଆସୋସିଏସନ ର ପୂର୍ବତନ ସଭାପତି, ବରିଷ୍ଠ ଆଇନଜୀବି ସୁବକ୍ତା ତଥା ବହୁ ଜନ ଆନ୍ଦୋଳନର ନେତା ସୁଧାଂଶୁ ଶେଖର ପଣ୍ଡାଙ୍କର ଜାନୁୟାରୀ ୧ ତାରିଖ ମଧ୍ୟରାତ୍ର ତ୍ରରେ ବିୟୋଗ ହୋଇ ଯାଇଛି । ଏହି ଅବସର ରେ ଶୁକ୍ରବାର ସ୍ଥାନୀୟ ଲକ୍ଷ୍ମଣ ଭଵନ ଠାରେ ଛତ୍ରପୁର ଆଞ୍ଚଳିକ ପରିଷଦ ର ସମ୍ପାଦକ ଡି. ଆଦିନାରୟଣ ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି, ଏଥିରେ ପୂର୍ବତନ ବିଧାୟକ ତଥା ସିପିଆଇ ରାଜ୍ୟ ନେତା ଏନ. ନାରାୟଣ ରେଡ୍ଡୀ, କୃଷକ ନେତା ରାଜୀବ ଲୋଚନ ପଣ୍ଡା, ଏସ. କ୍ରିଷ୍ଣା ରେଡ୍ଡୀ, ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁ, ପ୍ରଫୁଲ୍ଲ ପାଣିଗ୍ରାହୀ, ଚମାଖଣ୍ଡି ଆଞ୍ଚଳିକ ପରିଷଦ ର ସମ୍ପାଦକ ସିଏଚ. ଜନାର୍ଦନ ରେଡ୍ଡୀ, ସହ -ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ , ଆଇନଜୀବୀ କୈଳାଶ ପଲାଇ, ଅନାମ ଚରଣ ପ୍ରଧାନ, ବାବୁ ନାହାକ, ମନୋଜ କୁମାର ପାଢ଼ୀ,ଟି. ନାରାୟଣ ରେଡ୍ଡୀ, ପି. ନାରାୟଣ ରେଡ୍ଡୀ, ସନ୍ୟାସୀ ପ୍ରଧାନ, ଆର. ହରିସ ରେଡ୍ଡୀ, ଏନ ସୁକାନ୍ତ ଆଚାରୀ, ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଝୁଲି ବେହେରା ଙ୍କ ସମେତ ବହୁ ସିପିଆଇ ନେତା, ଅନ୍ୟ ରାଜନୈତିକ ଦଳ ର ବ୍ୟକ୍ତି ଏବଂ ଆଇନଜୀବୀ ମାନେ ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ କରିବା ସହିତ ସ୍ବର୍ଗତ ପଣ୍ଡା ୧୯୬୯ ମସିହାରେ ଅଖିଳ ଭାରତ ଛାତ୍ର ସଂଘ ରେ ଯୋଗଦେଇ ଗଂଜାମ ଜିଲ୍ଲାରେ ଛାତ୍ରସଂଘର ଜଣେ ବଳିଷ୍ଠ ସଂଗଠକ ଓ ସଂଗ୍ରାମୀ ନେତା ଭାବରେ ବହୁ ଛାତ୍ର ଆନ୍ଦୋଳନର ନେତୃତ୍ବ ବହନ କରିଥିଲେ । ଏହା ସହିତ ସେ ଛାତ୍ର ଜୀବନରୁ କମ୍ୟୁନିଜମ ଆଦର୍ଶରେ ଅନୁପ୍ରାଣିତ ହୋଇ ସିପିଆଇ ରେ ଯୋଗଦାନ କରି ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଜନ ଆନ୍ଦୋଳନର ନେତୃତ୍ଵ ନେଇଥଲେ, ଜଣେ ଆଇନଜୀବୀ ଭାବରେ ସେ ସଫଳତାର ସହିତ ଗରିବ ଲୋକଙ୍କ ପକ୍ଷରେ ଲଢି ବହୁ ମକଦ୍ଦମାରେ ସଫଳତା ହାସଲ କରିଥିଲେ ବୋଲି ସମସ୍ତେ କହିଥିଲେ । ଗଞ୍ଜାମ ବାର୍ ଆସୋସିଏସନର ଦୁଇ ଦୁଇଥର କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ ଏବଂ ବ୍ରହ୍ମପୁର ରେ ହାଇକୋର୍ଟର ବେଞ୍ଚ୍ ପ୍ରତିଷ୍ଠା ଲାଗି ଆଇନଜୀବୀମାନଙ୍କ ଆନ୍ଦୋଳନ ରେ ନେ ନେତୃତ୍ବ ନେଇଥିଲେ । ପ୍ରାରମ୍ଭ ରେ ତାଙ୍କର ଅମର ଆତ୍ମା ସଦଗତି ନିମନ୍ତେ ଦୁଇଟି ନୀରବ ପ୍ରାର୍ଥନା କରାଯାଇଥିଲା


