ବିଜେପିର ବରିଷ୍ଠ ନେତୋଙ୍କୁ ଅଣଦେଖା ଅଭଯୋଗ

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦଳ ଚାହିଁଲା ନାହିଁ,ସେ ଆଉ ନିର୍ବାଚନ ଲଢ଼ନ୍ତୁ।ତାଙ୍କ ସ୍ଥାନ ଗାନ୍ଧୀନଗରରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିଜେ ନିର୍ବାଚନ ଲଢ଼ିବା ପାଇଁ ଦଳ ସ୍ଥିର କଲା।ବୟଷାଧିକ କାରଣରୁ ଆଡ଼ଭାନୀ ଅଲୋଡ଼ା ହୋଇଗଲେ।ଏବେ ସେହିପରି ବିଜେପିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ଟିକେଟ କାଟି ଦେଇଛି ବିଜେପି।ଯୋଶୀ ଉତ୍ତରପ୍ରଦେଶର କାନପୁର ଲୋକସଭା କ୍ଷେତ୍ରରୁ ପାର୍ଥି ହୋଇ ଥାଆନ୍ତେ।କିନ୍ତୁ ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମଲାଲ ଯୋଶୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କଲେ।ଏହା ଦଳର ନିଷ୍ପତି ବୋଲି କହିବା ସହ ପାର୍ଟି କାର‌୍ୟ୍ୟାଳୟରେ ଯୋଶୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଜେ ଘୋଷଣା କରନ୍ତୁ ବୋଲି ରାମଲାଲ ତାଙ୍କୁ କହିଲେ।କିନ୍ତୁ ଯୋଶୀ ସେପରି କିଛି କହିଲେ ନାହିଁ।ଏବଂ ଏ’ ନେଇ କାନପୁର ଭୋଟରଙ୍କ ଉଦ୍ଦେଶ୍ୟରେ ସଂକ୍ଷିପ୍ତ ଚିଠିଟିଏ ଲେଖିଛନ୍ତି।ଯାହା ଏବେ ଖୁବ୍ ଭାଇରାଲ ହେଉଛି।ଯୋଶୀଙ୍କ କହିବା କଥା ଦଳର ଏପରି ନିଷ୍ପତି ବାବଦରେ ଅମିତ ଶାହା ଆସି ନିଜେ ତାଙ୍କୁ ଜଣାଇବାର ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ