ବରୁଣେଇ ପୀଠର ମହନ୍ତ ଚଗଲା ବାବାଙ୍କ ଦେହାନ୍ତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତର ଅରଖପାରି ଗ୍ରାମରେ ଥିବା ବରୁଣେଇ ପୀଠର ମହନ୍ତ ଚଗଲା ବାବାଙ୍କର ପୀଠ ପରିସରରେ ଦେହାନ୍ତ ହୋଇଛି । ଦେହାନ୍ତ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ତାଙ୍କ ମର ଶରୀରକୁ ବିରାଟ ଶୋଭାଯାତ୍ରାରେ ପୀଠ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିଲା । ସେଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ