ବଳାତ୍କାର ମାମଲାରେ ଜି.ଉଦୟଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗିରଫ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ.ଲୁକ ବଳାତ୍କାର ମାମଲାରେ ଟିକାବାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିବରଣୀରୁ ପ୍ରକାଶ ଯେ, ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମର ଜୈନକ ଯୁବତୀଙ୍କ ସହ ୨୦୨୦ ମସିହାରୁ ଉଭୟଙ୍କ ବିବାହ ପାଇଁ ପ୍ରସ୍ତାବ ପଡ଼ିଥିବା ସହ ଉଭୟଙ୍କ ମଧ୍ୟରେ ସଂପର୍କ ଥିବା ବେଳେ ଉଭୟେ ଫୁଲବାଣୀ ଓ ବ୍ରହ୍ମପୁର ଆଦି ବିଭିନ୍ନ ସ୍ଥାନରେ ମିଶିକି ରହିଥିବା ନେଇ ପୀଡିତା ତଦନ୍ତ ଅଧିକାରୀ ଙ୍କ ଆଗରେ ପ୍ରକାଶ କରିଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ୍ ଲୁକ୍ ଙ୍କ ନାମରେ ଏକ ଦୁଷ୍କର୍ମ ଭଳି ମାମଲା ଆଣିଛନ୍ତ୍ତି। ପୀଡ଼ିତଙ୍କ ଏତଲାକୁ ଭିର୍ତି କରି ଡାକ୍ତରୀ ମାଇନା ପରେ ଥାନା କେଶ ନଂ. ୧୦୮/୨୨ଦଫା ୩୭୬,୪୧୭(୨)(n ) ଆଇ ପି ସି ୩(୧)(w)(i)(ii)୩(୨)(v)(va) ଏସ ସି/ଏସ୍ ଟି ଆଇନ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି ବାଲିଗୁଡା କୋର୍ଟ କୁ ଚାଲାଣ କରିଥିବା ନେଇ ତଦନ୍ତ ଅଧିକାରୀ ତଥା ଉପଖଣ୍ଡ ପୋଲିସ ଅଧିକାରୀ ଡି.ତିରୁପତି ରାଓ ପଟ୍ଟନାୟକ ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ