ବସନ୍ତିଆ ନିକଟରେ ପରିବା ବେପାରୀକୁ ନିଶାଦେଇ ଲୁଟିଲେ ଦୁର୍ବୁତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ବସନ୍ତିଆ ହାଟକୁ ପରିବା ବିକ୍ରୀ କରିବାକୁ ଯାଇଥିବା ଜଣେ ପରିବା ବ୍ୟବସାୟୀଙ୍କୁ ନିଶେଦେଇ ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ସୁଚନାରୁ ଜଣାଯାଇଛି ଯେ ଫକିରପୁର ଗ୍ରାମର ବୈଷ୍ଣବ ମାଝୀ ନାମକ ଜଣେ ବ୍ୟବସାୟୀ ପରିବାନେଇ ବସନ୍ତିଆ ହାଟକୁ ବିକିବା ପାଇଁ ଯାଇଥିଲେ । ମାତ୍ର ସେ ଘରକୁ ଆଉ ଫେରିନଥିଲେ । ତା ପରଦିନ ବୈଷ୍ଣବ ନିକଟସ୍ଥ ସିଲନ୍ଦି ଗାଁ ନିକଟରେ ଅଚେତ ହୋଇ ପଡିଥିବାବେଳେ ସ୍ଥାନୀୟ ଲୋକମାନେ ତାଙ୍କ ପରିବାରକୁ ଜଣାଇବା ସହ ତାଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ । ଖବରପାଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚି ତାଙ୍କୁ ଚିକିତ୍ସା କରାଇବା ସହିତ ତାଙ୍କର ଚେତା ନଫେରିବାରୁ ତାଙ୍କୁ କଟକ ନେଇ ଯାଇଥିଲେ । କେହି ଦୁର୍ବୁତ ତାଙ୍କୁ ନିଶା ଦେଇ ତାଙ୍କ ଠାରୁ ସର୍ବସ୍ୱ ଲୁଟି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ କିଛିିନ ତଳେ ଛେନାପଦିଛକ ମାର୍କେଟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ମୁଗୁପୁରର ଜଣେ ପରିବା ବ୍ୟବସାୟୀଙ୍କୁ ପରିବା ନେଇ ପଇସା ଦେବ କହି ବାଇକରେ ବସାଇ ନେଇଯାଇ ବିଦ୍ୟାଧରପୁର ନିକଟରେ ନିଶା ଦେଇ ପକାଇ ଦେଇ ପଳାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ