ବସ୍ତିମଧ୍ୟ ଦେଇ ବାଲିଗାଡି ପରିବହନ ବନ୍ଦ କରିବାକୁ ଦାବି
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍):ହାଟଡିହି ବ୍ଳକ ବୈତରଣୀ ନଦୀର ହାବଳେଶ୍ୱର ଓ ଡିମିରିଆ ବାଲିଘାଟରୁ ବେ ଆଇନି ଭାବେ ବାଲି ଉତ୍ତୋଳନ କରାଯିବା ସହିତ ବସ୍ତି ମଧ୍ୟଦେଇ ବାଲିପରିବହନ ହେଉଥିବାରୁ ଏହାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରାଯାଇଛି । ଅଭିଯୋଗ ଅନୁଯାଇ ହାଟଡିହି ତହସିଲ ପକ୍ଷରୁ ନିଲାମ ଦିଆଯାଇଥିବା ବୈତରଣୀ ନଦୀର ହାବଳେଶ୍ୱର ଓ ଡିମିରିଆ ବାଲିଘାଟ ଦୁଇଟିରେ ବେନିୟମ ଭାବେ ଶହଶହ ଟ୍ରିପ ବାଲି ଚାଲାଣ ହେଉଛି । ବାଲିବୋଝେଇ ଗାଡି ଗୁଡିକ ନିୟମିତ ଭାବେ ୩୭ନଂ ଜୋନର ବିଭିନ୍ନ ଗାଁ ବସ୍ତି ମଧ୍ୟ ଦେଇ ଚଳପ୍ରଚଳ କରୁôତବାରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଧନଜୀବନ ହାନୀ ହେଉଛି । ଏପରିକି ବାଲିବୋଝେଇ ଗାଡି ଗୁଡିକ ବେପରୁଆ ଭାବେ ଚଳପ୍ରଚଳ କରୁଥିବାରୁ ସ୍କୁଲ ପିଲାମାନେ ସ୍କୁଲକୁ ଯିବା ଆସିବା କରିବାକୁ ନିରାପଦ ମଣୁ ନାହାନ୍ତି । ସେହିପରି ମଥୁରାପୁର ବୈତରଣୀନଦୀର ପୋଲ ନିକଟରୁ ବାଲି ଘନନ କରାଯାଉଥିବାରୁ ପୋଲଟି ଦବି ଯାଇ ବିପଦ ଶଙ୍କୁଳ ହୋଇ ପଡିଛି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀଙକ ସୁରକ୍ଷା ଓ ବୈତରଣୀ ପୋଲର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ବାଲିଘାଟ ଦୁଇଟି ବନ୍ଦ କରିବାକୁ ସୁବାସ ଜେନା, ନାରାୟଣ ମହାପାତ୍ର, କାର୍ତ୍ତିକ ଜେନା, ହରିହର ଜେନା, ବୈକୁଣ୍ଠ ଜେନା, କୃପାସିନ୍ଧୁ ସାମଲ, ଅଜୟ କୁମାର ଜେନା, ଅନାଦି ଚରଣ ଜେନା, ବୈଲୋଚନ ପାତ୍ର, ରାଜୀବ ଦାସ, ବିଜୟ ଦାସ, ମମତା ଜେନା, ଲକ୍ଷ୍ମୀ ପରିଡା, ମୁକୁତା କାଣ୍ଡି, କାଞ୍ଜନ ପରିଡା, ନିଳିମା ବାରିକ, ତିତିଲତା ଦାସ, ସୁରେନ୍ଦ୍ର କୁମାର କାଣ୍ଡି, ବେଣୁଧର ସା, ପଦ୍ମନାଭ ପେଡା, ଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଦାବି କରିଛନ୍ତି ।


