ବହଳଦା ବନାଞ୍ଚଳ ବିଭାଗ ଦ୍ୱାରା ଦୁଇ ଶିକାରୀ ଗିରଫ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ବିଭାଗ ଦ୍ବାରା ଚଢଉ କରାଯାଇ ବାଙ୍କିମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ଦୁଇଜଣ ଶିକାରୀଙ୍କୁ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ସହିତ ଗିରୋଫ କରାଯାଇଛି। ସୂଚନା ଅନୁସାରେ ବହଳଦା ବନାଞ୍ଚଳ ଅଧିକାରୀ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ’ଙ୍କ ଅଧ୍ୟକ୍ଷତାରେ ସଦଳବଳ ବାଙ୍କିମୁଣ୍ଡି ଜଙ୍ଗଲରେ ଚଢଉ କରାଯାଇ ୨’ଜଣ ଶିକାରୀ’ଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି। ଶିକାରୀ ୨’ଜଣଙ୍କୁ ଗିରୋଫ କରାଯିବା ସହିତ ବିଭିନ୍ନ ମାରଣାସ୍ତ୍ର ଓ ସାମଗ୍ରୀ ଜବତ କରାଯାଇଛି।ତେବେ ବାଙ୍କିମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଶିକାରୀ ମାନଙ୍କ ଚଳପ୍ରଚଳ ରହିଥିବା ବେଳେ ସେମାନଙ୍କୁ କାବୁ କରିବାକୁ ବହଳଦା ବନାଞ୍ଚଳ ପକ୍ଷରୁ ପ୍ରୟାସ ଜାରି ରହିଥିଲା।ତେବେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବହଳଦା ବନବିଭାଗ ପକ୍ଷରୁ ବିଛା ଯାଇଥିବା ଜାଲରେ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୬.୩୦ ମି. ସମୟରେ ୨’ଜଣ ‘ଶିକାରୀ ଫସିଥିଲେ।ଶିକାରୀ ଦୁହିଁଙ୍କୁ ବାଙ୍କିମୁଣ୍ଡି ସଂରକ୍ଷିତ ଜଙ୍ଗଲର ଜାମବଣୀ ଗ୍ରାମ ନିକଟରୁ ଗିରୋଫ କରାଯାଇଥିଲା।ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ଧନୁତୀର,ବର୍ଚ୍ଛା,କୁରାଢୀ ଓ ଫାଶ ସହିତ ଶିକାରରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରାଯାଇଥିଲା।ଗିରୋଫ ଶିକାରୀ ଦ୍ବୟଙ୍କ ମଧ୍ୟରୁ ଜଣେ ପୋଡଶୀ ଝାରଖଣ୍ଡ ରାଜ୍ୟ ଘାଟସିଲା ଅଞ୍ଚଳର ୩୮’ ବର୍ଷ ବୟସ୍କ ଲାଲ ମୁର୍ମୁ ହୋଇଥିଲା ବେଳେ ଅନ୍ୟଜଣେ ତିରିଂ ଥାନା ଅନ୍ତର୍ଗତ ପୋଖରୀଆ ଗ୍ରାମର ୨୦’ବର୍ଷ ବୟସ୍କ ଯୁବକ ନାଇକେ ହାଁସଦାଃ ବୋଲି ବନ ବିଭାଗ ପକ୍ଷରୁ ସୂଚନା ହସ୍ତଗତ ହୋଇଛି।ତେବେ ବହଳଦା ବନାଞ୍ଚଳ ପକ୍ଷରୁ ଚଢଉ କରାଯାଇଥିବା ଦଳରେ ରେଞ୍ଜର ଶ୍ରୀ ମହାନ୍ତ’ଙ୍କ ସହିତ ବହଳଦା ଫରେଷ୍ଟର ଜିତେନ୍ଦ୍ର ବେହେରା,ଜାମଦା ବନଖଣ୍ଡ ଫରେଷ୍ଟର ରତିକାନ୍ତ ପଲେଇ,ଝରାଡିହି ଫରେଷ୍ଟର ମହାବୀର ସିଂ ମୁର୍ମୁ, ତିରିଂ ବନରକ୍ଷୀ ଶ୍ରୀମତୀ ମେନକା ନାଏକ,ବହଳଦା ବନରକ୍ଷୀ ଶ୍ରୀମତୀ ଶୁଭସ୍ମିତା ଗିରି,ଝରାଡିହି ବନରକ୍ଷୀ ହେମନ୍ତ କୁମାର ହେମ୍ବ୍ରମ ଓ ମାନବୀର ବନରକ୍ଷୀ ସୁନୀଲ କୁମାର ମାଝୀ ପ୍ରମୁଖଙ୍କ ସହିତ ପାରାଷ୍ଟାଫ ମୋହନ ମହାକୁଡ,ଇନ୍ଦ୍ରାୟ ମୁର୍ମୁ,ଦୀନବନ୍ଧୁ ପାତ୍ର,ବିଭୂଦତ୍ତ ମହାନ୍ତ,ସାଗ୍ରାମ ବାସ୍କେ,ପାତର ଲେୟାଙ୍ଗି,ସୁବ୍ରତ ବେହେରା,ସୁମିତ ବିହାରୀ,ହିନ୍ଦୁସିଂ ଲାଗୁରୀ,ସୁରେନ୍ଦ୍ର ସିରକା,ବୃହସ୍ପତି ପଲେଇ ଓ ରାମ ଟୁଡୁ ପ୍ରମୁଖ ପେଟ୍ରୋଲିଂ ଦଳରେ ରହି ଶିକାରୀଙ୍କୁ କାବୁ କରିବାରେ ସହଯୋଗ କରିଥିଲେ।ତେବେ ଗିରୋଫ ଶିକାରୀ ଦ୍ବୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ