ବହଳଦା ବ୍ଲକ ଅଧ୍ୟକ୍ଷ ପଦରେ ରବୀନ୍ଦ୍ର ନାଥ ମାରାଣ୍ଡି ନିର୍ବାଚିତ

ରାଇରଙ୍ଗପୁର (ଅକ୍ଷୟ କୁମାର ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖ ହେମ୍ବ୍ରମଙ୍କ ଦୁର୍ଘଟଣା ଜନିତ ଘଟଣାରେ ଦେଢ଼ମାସ ପୂର୍ବେ ମୃତ୍ୟୁ ଯୋଗୁଁ ଖାଲି ପଡିଥିଲା । ବ୍ଲକ ଅଧ୍ୟକ୍ଷ ପାଇଁ ମାର୍ଚ୍ଚ ୧୬ ତାରିଖ ଦିନ ପୁନଃ ନିବାଚନ ଘୋଷଣା କରିଥିଲେ ।ଏହି ପଦରେ ବାସିଙ୍ଗି ସମିତି ସଦସ୍ୟ ରବୀନ୍ଦ୍ର ନାଥ ମାରାଣ୍ଡି ଏକମାତ୍ର ପ୍ରାର୍ଥୀ ଥିଲେ ।ଵ୍ଲକର ୧୧ଜଣ ସମିତି ସଭ୍ୟ/ସଭ୍ୟା ରବୀନ୍ଦ୍ର ନାଥ ମାରାଣ୍ଡି ଙ୍କୁ ସମର୍ଥନ କରିଥିଲେ । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।ବିଜୟୀ ନବ ନିର୍ବାଚିତ ଅଧ୍ୟକ୍ଷ ବହଳଦା ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ଧ୍ୟାନ ଦେବେ ବୋଲି ଗଣମାଧ୍ୟମକୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ