ବହୁଜନ କ୍ରାନ୍ତି ମୋର୍ଚା ପକ୍ଷରୁ ଉତ୍ତର ପ୍ରଦେଶ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଛତ୍ରପୁରରେ ବିକ୍ଷୋଭ

ଛତ୍ରପୁର,(ଦେବଦତ୍ତ ମହାରଣା) :  ଗଞ୍ଜାମ ଜିଲ୍ଲା ବହୁଜନ କ୍ରାନ୍ତି ମୋର୍ଚା ପକ୍ଷରୁ ଆଜି ଛତ୍ରପୁର ଅପରବସଷ୍ଟାଣ୍ଡ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତର ପ୍ରଦେଶରେ ଦଳିତ ଝିଅ ମନୀଷା ବାଲ୍ମକୀ ଉପରେ ହୋଇଥିବା ବର୍ବରତା ଓ ଗଣଦୁଷ୍କର୍ମ ହତ୍ୟାକାଣ୍ଡ ବିରୁଦ୍ଧରେ ସମାଲୋଚନା କରିବା ସହ ଅପରାଧିଙ୍କୁ ପାଶିରେ ଝୁଲେଇବା ପାଇଁ ଦାବି ହୋଇଥିଲା। ଏବଂ ଏହି ଅପରାଧିକ ବର୍ବର ଘଟଣାକୁ ୟୁପିର ଯୋଗୀ ସରକାର ସମ୍ପୂର୍ଣ୍ଣରୂପେ ଘଣ୍ଟ ଘୋଡେଇବା ସହ ଦୁଷ୍କର୍ମକାରୀଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରାଯାଉଛି ବୋଲି ସଂଗଠନର ବିଭିନ୍ନ ବକ୍ତାମାନେ ବକ୍ତବ୍ଯରେ ଦାବି କରିଛନ୍ତି । ଏହା ପରେ ସଂଗଠନ ପକ୍ଷରୁ ଏକ ଚାରିଜଣିଆ ପ୍ରତିନିଧି ମଣ୍ଡଳୀ ରେଭିନ୍ଯୁ ଏଡିଏମ୍ ଅମିୟ ସାହୁଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ସୁମା ଦାସ, ଇଜୁ ଅମିନ ଖାନ, କୁମାର ଦାସ, ଦିଲ୍ଲୀପ ବେଜ, ପ୍ରଫୁଲ୍ଲ ଦାସ, ରାଜଲକ୍ଷ୍ମୀ ବେହେରା, କ୍ରୀଷ୍ଣା ରେଡି, କବି ଦାସ, ପ୍ରକାଶ ନାହାକ , ଲିଙ୍ଗରାଜ ନାୟକ, ଅରବିନ୍ଦ ଗୌଡ,ଚାଷୀ ନେତା ସୀମାଞ୍ଚଳ ନାହାକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ଯ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ