ବେଗୁନିଆପଡା  ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,(ଦେବଦତ୍ତ ମହାରଣା) :ବେଗୁନିଆପଡା  ବ୍ଳକ ଅନ୍ତର୍ଗତ  ବେଗୁନିଆପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ସରପଞ୍ଚ ଅରୁଣ କୁମାର ମାଝୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ୧୦ ଜଣ ୱାର୍ଡ ସଭ୍ଯ /ସଭ୍ଯା। ଆଜି  ଛତ୍ରପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଦଶ ଜଣ  ଓ୍ବାର୍ଡ ସଭ୍ଯ ସଭ୍ଯାକଂ ଦସ୍ତଖତ ସମ୍ବଳିତ ଲିଖିତ ଅନୁରୋଧ ପତ୍ର ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ଦିଆଯାଇଛି। ସରପଞ୍ଚ ନିଜ ଇଚ୍ଛା ମୁତାବକ ପଞ୍ଚାୟତ ଫଣ୍ଡକୁ ଅପ ବ୍ଯବହାର କରିବା ସହ ପ୍ରିୟା ପ୍ରତି ପୋଷଣ ନୀତି ଅବଲମ୍ବନ କରୁଛନ୍ତି। ରାସନ୍ କାର୍ଡରେ ନିଜ ଲୋକଙ୍କୁ କାର୍ଡ ପ୍ରଦାନ ସହ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ଯେ କୌଣସି ଉନ୍ନୟନ କାର୍ଯ୍ୟରେ କୌଣସି ଓ୍ବାର୍ଡ ସଭ୍ଯ ସଭ୍ଯାକୁଂ ନ ପଚାରି ମନମୁଖୀ କାର୍ଯ୍ଯ କରିବା, କୋଭିଡ୍ ୧୯ କଟକଣା ସମୟରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରିବା, ପଞ୍ଚାୟତ ଫଣ୍ଡକୁ ଅପ ବ୍ଯବହାର ଭଳି ବହୁ ସଂଗୀନ ଅଭିଯୋଗ ଆଣି ସଭ୍ଯ ସଭ୍ଯା ମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏ ସମ୍ପର୍କରେ ବେଗୁନିଆପଡା ସରପଞ୍ଚ ଅରୁଣ କୁମାର ମାଝୀଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ଏମାନେ ଜବରଦସ୍ତ ଭାବେ କାମ ମାଗିବା ସହ ତାଙ୍କ ଅନୁସାରେ ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଦିଆଯିବl ପାଇଁ କହୁଛନ୍ତି ଯାହାକି ସମ୍ଭବ ନୁହେଁ ଏହା ସହିତ ଏମାନଙ୍କ ମଧ୍ୟରୁ୨ ଜଣ ସଭ୍ୟ ବର୍ତ୍ତମାନ ପଂଚାୟତର ଦୁଇ ଗୋଟି କାମ କରୁଛନ୍ତି ଏଣୁ ଏହି ଅଭିଯୋଗ ଉଚିତ ନୁହେଁ l ସେପଟେ ବେଗୁନିଆପଡା ପଂଚାୟତରେ ମୋଟ୧୩ ଟି ୱାର୍ଡ ଥିବା ବେଳେ ୧୦ ଜଣଙ୍କର ଅସନ୍ତୋଷ ଅନାସ୍ଥା ପ୍ରସ୍ତାବକୁ ରୋଚକ କରିବ ବୋଲି ଜଣା ପଡିଛି ଅପର ପକ୍ଷରେ ସବୁ ପ୍ରଶାସନ ଉପରେ ନିର୍ଭର କରୁଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ