ବହୁମୁଖି ଯୁବ ସମନ୍ୱିତ ଚାରିଟେବୁଲ ଟ୍ରଷ୍ଟର ପ୍ରସ୍ତୁତି ବୈଠକ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବହୁମୁଖି ଯୁବ ସମନ୍ୱିତ ଚାରିଟେବୁଲ ଟ୍ରଷ୍ଟ, ପୁରୀର ଏକ ପ୍ରସ୍ତୁତି ବୈଠକ କୋଣାର୍କ ସ୍ଥିତ ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଅନୁଷ୍ଟିତ ଏହି ବୈଠକରେ ତୃଣମୂଳ ସ୍ତରରୁ ଅବହେଳିତ, ନିଷ୍ପେତିତ ମାନଙ୍କ ପାଇଁ ଏହି ଟ୍ରଷ୍ଟ ତାର କାର୍ଯ୍ୟକୁ ତ୍ୱରାନିତ୍ଵ କରିବ ବୋଲି ଟ୍ରଷ୍ଟର ସମ୍ପାଦକ ମତ ପ୍ରକାଶ କରିଥିଲେ। ସରକାରଙ୍କ ବିଭନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ସମସ୍ତ ସାଧାରଣ ଗରିବ,ନିରୀହ ଲୋକ କିଭଳି ସରକାରଙ୍କର ସମସ୍ତ ଯୋଜନା ପାଇପାରିବ ସେଥିପାଇଁ ଏହି ଟ୍ରଷ୍ଟ ଉଦ୍ୟମ କରିବ। ଏହି ବୈଠକରେ ଟ୍ରଷ୍ଟର ବିଭିନ୍ନ ପ୍ରସଙ୍ଗ ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ସୂଚନା ଅଧିକାର ସଂଯୋଜକ ଭାବେ ସମ୍ପାଦକ ବିଶ୍ଵଜିତ୍ ବିଶ୍ଵାଳ ଓ ଗଣମାଧ୍ୟମ ସଂଯୋଜକ ଭାବେ ସହ ସମ୍ପାଦକ ଭାବେ ବିଚିତ୍ର ଓଝାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟର ସଭାପତି ସୁଶାନ୍ତ କୁମାର ପରିଡ଼ା , ଉପ ସଭାପତି ସୁବାସ ଚନ୍ଦ୍ର ବେଉରା, କବିନ୍ଦ୍ର ଗୁରୁ, ଚନ୍ଦ୍ରଶେଖର ନାୟକ ଓ ଟ୍ରଷ୍ଟର ସଦସ୍ୟ ମାନେ ଉପସ୍ଥିତ ଥିଲେ।


