ବାଇକ ଦୁର୍ଘଟଣାରେ ୩ଗୁରୁତର ଆହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗୁମ୍ମା ମେଡିକାଲ ଛକ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଏକ ବାଇକ ଦୁର୍ଘଟଣା ଘଟି ମହିଳାଙ୍କ ସମେତ ୩ଜଣ ଆହତ ହୋଇଥିବାର ଖବର ମିଳିଛି । ଘଟଣାରୁ ପ୍ରକାଶ ଯେ, ଏକ ବାଇକ ଓଡି ୦୭ ୯୮୯୦ରେ ୩ଜଣ ଗୁମ୍ମାରୁ ବଡକୋଳାକୋଟ ଗ୍ରାମକୁ ଯାଉଥିଲେ । ହଠାତ କୌଣସି କାରଣରୁ ବାଇକଟି ଭାରସାମ୍ୟ ହରାଇ ରାସ୍ତାରେ ଚାଲି ଚାଲି ଯାଉଥିବା ଖ୍ରୀଷ୍ଟିଆନ ସାହିର ସୁବାଙ୍ଗୋନି ଷୋଡଙ୍ଗି(୫୫)ନାମକ ଜଣେ ମହିଳାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ମହିଳାଙ୍କ ସମେତ ବଡକଳାକୋଟ ଗ୍ରାମର ବାଇକ ଚାଳକ ଆବାସ ବଡରଇତ ଓ ପଛରେ ବସିଥିବା ପବିତ୍ର ଶବର ଗୁରୁତର ଭାବେ ଆହତ ହୋଇଛନ୍ତି । ମୋଟର ସାଇକେଲ ପଛରେ ବସିଥିବା ଅନ୍ୟ ଜଣ ସୁରକ୍ଷିତ ଥିବା ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଏମାନଙ୍କୁ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।


