ବାଙ୍ଗୋର ଖଣିରେ ଶ୍ରମିକ ୟୁନିୟନ ବିବାଦକୁ ନେଇ ଆକ୍ରମଣ ଘଟଣାରେ ତିନି ଗିରଫ

ହାଟଡିହିି, (ବିକାଶ ବିଶ୍ୱାଳ):ବାଙ୍ଗୋର ଖଣି ଅଞ୍ଚଳରେ ଶ୍ରିମକ ୟୁନିୟନ ବିବାଦକୁ ନେଇ ଖଣି ଅଞ୍ଚଳରେ ଅଶାନ୍ତି ଦେଖା ଦେଇଛି । ଗତ ଗତ ଦୁଇମାସ ଭିତରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଓ ମାଡପିଟକୁ ନେଇ ୭ଟି ମାମଲା ରୁଜୁ ହୋଇଥିଲେବି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପୁଲିସ କି ପ୍ରଶାସନ ଏନେଇ ସେପରି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଇ ନାହାନ୍ତି । ଗତକାଲି ଗୋଟିଏ ଗୋଷ୍ଠୀର ଲୋକମାନେ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରି ଜଣେ ଆହତ ଘଟଣାରେ ଆଜି ସୋସୋ ପୁଲିସ ଗୋଟିଏ ଗୋଷ୍ଠୀର ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ଭଗବାନ ମୁଦୁଲି, ବାବୁଲା ପାତ୍ର ଖଣିକୁ କାର୍ଯ୍ୟ କରିବାକୁ ଯାଉଥିବା ସମୟରେ ବାଙ୍ଗୋର ଗ୍ରାମର ନାରାୟଣ ନାହାକ, ଭୀମ ନାହାକ, ବୁଲୁ ନାହାକ, ଟୁଙ୍ଗୁରୁ ନାହାକ, ଗଜେନ୍ଦ୍ର ମାଝୀ, ରାଜୁ ନାହାକ, ଠୁଙ୍ଗୁ ମୁଖି, ସୁଶାନ୍ତ ନାହାକ, ଅରୁଣ ନାହାକ ଅଜୁ ନାହାକ, ରମେଶ ଦେହୁରୀ, ବନମାଳୀ ମଲ୍ଲିକ ପ୍ରମୁଖ ତାଙ୍କୁ ରାସ୍ତାରେ ଅଟକାଇ ଠେଙ୍ଗା ବାଡି ଓ ଲୁହାରଡ ସାହାଯ୍ୟରେ ଆକ୍ରମଣ କରିବାକୁ ଭଗବାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ରକ୍ତଶ୍ରାବ ହୋଇଥିଲା । ଏନେଇ ଭଗବାନ ସୋସୋ ଥାନାରେ ଅଭିଯୋଗ କରିବାପରେ ପୁଲିସ ଥାନା କେସନଂ ୧୨୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଜି ଅଜୟ ନାହାକ, ବୁଲୁ ନାହାକ, ସୁଶାନ୍ତ ନାହାକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ