ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଥିବାରୁ ଚାଷୀ ମାନଙ୍କର ଜିଲ୍ଲାପାଳଙ୍କୁ କ୍ଷତିପୂରଣ ନିବେଦନ
ଛତ୍ରପୁର,(ଦେବଦତ୍ତ ମହାରଣା): ଗଂଜାମ ଜିଲ୍ଲାରେ ବିଭିନ୍ନ ବ୍ଲକରେ କେତେକ ଚାଷୀ ପଦରିଆ ଛୋଟ ଧାନ ଚାଷ କରିଥିବାରୁ ବର୍ତ୍ତମାନ ସେ ଧାନ ଅମଳ କରିଛନ୍ତି | ମାତ୍ର ଗତ ସପ୍ତାହରେ ଲଗାତାର ବର୍ଷା ହେବାରୁ କେତେକ ଚାଷୀର ଧାନ କଟା ହୋଇ ବିଲରେ ଥିବାରୁ ସେହି ଧାନ ଗୁଡିକ ନଷ୍ଟ ହୋଇଯାଇଛି | ସେହି ଚାଷୀମାନେ ପ୍ରିମିୟମ ଟଙ୍କା ଜମା କରି ଫସଲ ବୀମା କରିଛନ୍ତି | ମାତ୍ର ଫସଲ ବୀମା ପାଇବାର ନିୟମ ପ୍ରକାରେ ପଞ୍ଚାୟତକୁ ଏକ ୟୁନିଟ ଭାବରେ ନେଇଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ପ୍ରିମିୟମ ଦେଇ ସୁଦ୍ଧା ଫସଲ ବୀମା ସହାୟତା ପାଇବାରେ ସନ୍ଦେହ ରହିଛି | ଯଦି ଜଣେ ଲୋକ ଏଲ.ଆଇ.ସି କରି ପ୍ରିମିୟମ ଦେଇଥାଏ | ତେବେ ତାର କୌଣସି ଅସୁବିଧା ହେଲେ ସେ କ୍ଷତି ପୂରଣ ପାଇଥାଏ | ସେହିପରି କ୍ଷତିଗ୍ରସ୍ତ ଚାଷୀମାନେ ପ୍ରିମିୟମ ଜମା କରିଥବାରୁ ସେମାନଙ୍କର ଜମିର କ୍ଷତିପୂରଣ ଦେଲେ ଚାଷୀ ମାନେ ଉପକୃତ ହେବେ ଏବଂ ଚାଷୀମାନେ ଚାଷ କାର୍ଯ୍ୟପାଇଁ ଆଗ୍ରହୀ ହେବେ | ଏଣୁ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସୁବିଧା ନିମନ୍ତେ କୃଷି ବିଭାଗ ସମବାୟ ବିଭାଗ ଜରିଆରେ ଚାଷୀଙ୍କୁ ସାହାର୍ଯ୍ୟ କଲେ ଚାଷୀମାନେ ଉପକୃତ ହେବେ |


