ବାପା କୁ ହତ୍ୟା କଲା ପୁଅ

ଛତ୍ରପୁର, (ଦେବଦତ୍ତ ମହାରଣା):କୌଣସି କାରଣ ନେଇ ବାପା କୁ ହତ୍ୟା କରିଲା ପୁଅ l ଏଭଳି ଅଭାବନୀୟ ଘଟଣା ଘଟିଛି ଛତ୍ରପୁରଥାନା ସୁନ୍ଦରପୁର ଗ୍ରାମ ର ମଠସାହି ରେ ଘଟିଛି ହତ୍ୟାକାଣ୍ଡ l ବାପା ପାଣ୍ଡଵ ମହାଙ୍କୁଡ (୬୦)ଙ୍କୁ ପୁଅ ସଞ୍ଜୟ ମହାଙ୍କୁଡ ଖଣ୍ଡାରେ ହାଣି ହତ୍ୟା କରିଛି l ପାରିବାରିକ କଳହ କୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୋଲିସ l ପୋଲିସ ମୃତ ଦେହ ଜବତ କରିଥିବା ବେଳେ ଘଟଣା ର ତଦନ୍ତ ଚଳାଇ ଅଭିଯୁକ୍ତ ଙ୍କୁ କାବୁ କରିଛନ୍ତି l ମୃତ ଦେହ କୁ ଛତ୍ରପୁର ମେଡିକାଲ କୁ ଅଣାଯାଇଛି l ହତ୍ୟାକାରି ପୁଅ ସଞ୍ଜୟ କୁ ଗ୍ରାମବାସୀ ଧରି ପୁଲିସ କୁ ଜିମା ଦେଇଛି l ମିଳିଥିବା ସୂଚନା ମୁତାବକ ବାପା ପାଣ୍ଡଵ ମହାଙ୍କୁଡ ଘରେ ଶୋଇଥିବା ବେଳେ ପୁଅ ଖଣ୍ଡା ରେ ଅପରାହ୍ନ ୨ଟା ବେଳେ ବେକକୁ ହାଣିଦେବା ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟ ହୋଇଛି l ବାପା ପାଣ୍ଡଵ କୁକୁଡ଼ାଫାର୍ମ ରେ ରାତ୍ରଜଗୁଆଳି ଭାବେ କାର୍ଯ୍ୟ କରୁଥିଲା l ବିଭିର୍ଣ୍ଣ ସମୟ ରେ ବାପା ଓ ପୁଅ ଙ୍କ ମଧ୍ୟରେ କଳହ ହେଉଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ