୨୭ରେ ମହିଳା ଓ ଶିଶୁ ଅଧିକାର ଜାତୀୟ ସମାବେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଷ୍ଟେଟ ପ୍ରୋଗ୍ରେସିଭି ୱିମେନ୍ସ ଫୋରମ ତରଫରୁ ଆସନ୍ତା ଜାନୁୟାରୀ ୨୭ ତାରିଖରେ ଜୟଦେବ ଭବନଠାରେ ମହିଳା ଓ ଶିଶୁ ଅଧିକାର ଜାତୀୟ ସମାବେଶ ଅନୁଷ୍ଠିତ ହେବାକୁ ହେବ । ଏତଦ୍ ସହିତ ୨୭ ତାରିଖ ସନ୍ଧ୍ୟା ୫ ଘଟିକାରେ ଜୟଦେବ ଭବନ ପ୍ରାଙ୍ଗଣରେ ୫୦୦ ଦୀପଦାନ କରାଯିବା ସହିତ ୨୮ ତାରିଖରେ ମଧ୍ୟ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ୧୦୦୦ ମହଳାଙ୍କ ହାତରେ ମାଘ ସପ୍ତମୀ ଉପଲକ୍ଷେ ଦୀପଦାନ ଉତ୍ସବ ପାଳନ କରାଯିବ । ଏହି ମହିଳା ଓ ଶିଶୁ ଅଧିକାର ଜାତୀୟ ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ, ଦେଶ ତଥା ବିଦେଶରୁ ବହୁ ମହିଳା ପ୍ରତିନିଧିମାନେ ଯୋଗଦାନ କରିବେ ବୋଲି ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଫୋରମ ଅଧ୍ୟକ୍ଷା ମମତା ସାମନ୍ତରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ