ବାବା ବାଣେଶ୍ୱର କ୍ଲବ୍ ପକ୍ଷରୁ ପ୍ରଥମ ବାର୍ଷିକ ଫୁଟବଲ୍ ଟୁଣ୍ଣାମେଂଟ ଉଦ୍ଘାଟନ
ଘଟଗାଁ (ୱାଇଏନ୍ଏସ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର ପଂଚାୟତର ଖୁଂଟା ଗ୍ରାମରେ ବାବା ବାଣେଶ୍ୱର କ୍ଲକବ୍ ପକ୍ଷରୁ ପ୍ରତମ ବାର୍ଷିକ ପୁଟବଲ୍ ଟୁର୍ଣ୍ଣାମେଂଟ ଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ସାମ୍ବାଦିକ ସମିର୍ ପ୍ରଧାନ, ଯୋଗେଶ ପଣ୍ଡା ଓ ୱାର୍ଡ ମେମ୍ବର ଜୟକୃଷ୍ଣ ପଲେଇ ଯୋଗଦେଇ ଉଦ୍ଘାଟନ କରିଥିଲେ । ପରେ ପରେ ଖେଳ ଆରମ୍ଭ ହୋଇଯାଇଥିଲା । ତେବେ ଏହି ଟୁର୍ଣ୍ଣାମେଂଟ ମୋଟ ଏ.ବି.ସି.ଡି ୪ ଟି ଗୃପ୍ରେ ୩୨ଟିମ୍ ଖେଳିବେ ବୋଲି କ୍ଲବ୍ ପକ୍ଷରୁ ସୂଚନା ମିଳିଛି । ଆଜି ପ୍ରଥମ ଦିନରେ ଏ ଗୃପ୍ର ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏ ଗୃପ୍ର ମ୍ୟାଚ୍ରେ ମୋଟ୍ ୭ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଶେଷରେ ନଳବିଲା ଟିମ୍ ଏ ଗୃପ୍ରେ ଥିବା ମୋଟ୍ ୮ଟି ଟିମ୍ ମଧ୍ୟରୁ ୭ଟି ଟିମ୍କୁ ପଛରେ ପକାଇ ଏ ଗୃପ୍ର ଗୃପ୍ ଚାମ୍ପିଆନ୍ ହୋଇ ପ୍ରଥମ ସେମିଫାଇନାଲ୍ରେ ପ୍ରବେଶ କରିଥିବା କ୍ଲବ୍ ପକ୍ଷରୁ ସୂଚନା ମିଳିଛି । ଆଜି ପ୍ରଥମ ଦିନରେ ଅନୁଷ୍ଠିତ ସମସ୍ତ ମ୍ୟାଚ୍ ଗୁଡିକ ବରୁଣ କୁମାର ବେହେରା, ବିନୋଦ୍ ହୋନାଗା ଓ ଗୋବର୍ଦ୍ଧନ ବେହେରା ଖୁବ୍ ସୁନ୍ଦର ଭାବେ ଖେଳ ପରିଚାଳନା କରିଥିଲେ । ଏହି ଫୁଟ୍ବଲ୍ ଖେଳ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଟୁର୍ଣ୍ଣାମେଂଟର ଆୟୋଜକ କମିଟିର ରଣଜିତ୍ ପଲେଇ, ପ୍ରଫୁଲ୍ଲ ନାଏକ, ରାଜା ନାଏକ, ପ୍ରଦ୍ୟୁମ୍ନ ପଲେଇ, ସଞୟ ନାଏକ, ଧନର୍ଜୟ ନାଏକ, ଟୁନା ପାତ୍ର ଓ ଲକ୍ଷ୍ମୀଧର ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳକୁ ଶୃଙ୍ଖଳା ଭାବେ ପରିଚାଳନା କରିଥିଲେ ।


