ବାରିଗାଁ ହାଇସ୍କୁଲରେ ବ୍ଲକ ସ୍ତରୀୟ ସୁରଭୀ ୨୦୨୨ ଉଦଯାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ନିଶାକର ହାଇସ୍କୁଲ ବାରିଗାଁ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଛାତ୍ରଛାତ୍ରୀ ମାନେ ନିଜ ନିଜର ଉକ୍ରର୍ସତା ପରିପ୍ରକାଶ କରିବା ପାଇଁ ସୁରଭି ହିଁ ଏକମାତ୍ର ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ହାଟଡିହି ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ସେଠୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁରଭିର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜର ପାରଦର୍ଶିତା ଦେଖାଇବାକୁ ଆହ୍ୱାନ କରିଥିଲେ । ଅନ୍ୟତମ ଅତିଥି ଭାବେ ବିକ୍ରମ କେଶରୀ ବିଶ୍ୱାଳ ଯୋଗଦେଇ ଥିଲେ । ହାଟଡିହି ବ୍ଲକର ଏବିଇଓ ସୁରେଶ ଚନ୍ଦ୍ର ଯେନା ଓ ଧନେଶ୍ୱର ଖଣ୍ଡେଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ବରିଷ୍ଠ ଓ କନିଷ୍ଠ ବିଭାଗରେ ୧୭ଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବାବେଳେ ବରିଷ୍ଠ ବିଭାଗର ସୃଜନଶୀଳ ଲିଖନରେ ଲକ୍ଷ୍ମୀପ୍ରୀୟା ନାୟକ, ଇଶ୍ୱରୀ ରାଉତ, ସନ୍ତୋଷ କୁମାର ମହାରଣା, ସୁପ୍ରିତୀ ଶୁମନ ପାତ୍ର, ସଙ୍ଗୀତରେ ସୁଧାଶୁଂ ଶେଖର ସେଠୀ, ମୋନାଲୀସା ଦକ୍ଷିଣରାୟ, ଅତନୁ ସବ୍ୟସାଚୀ, ଚିତ୍ରାଙ୍କନରେ ପ୍ରୀତି ସାହୁ, ଜଗନ କୁମାର ଜେନା, ବର୍ଷାରାଣୀ ସା, ରଙ୍ଗତୁଳୀରେ ଶୁଭସ୍ମୀତା ରାଉତ, ସାଇସ୍ନେହା ପେଡା, ସ୍ମୃତିରେଖା ବାରିକ, ତର୍କରେ ବର୍ଷା ପ୍ରୀୟଦର୍ଶନୀ ଜେନା, ବର୍ଷା ପ୍ରୀୟଦର୍ଶନୀ ମହାନ୍ତି, ରାଜେଶ କୁମାର ବିଶ୍ୱାଳ, ସାଧାରଣଜ୍ଞାନ ପ୍ରତିଯୋଗୀତାରେ ରୁଦ୍ର ନାରାୟଣ ରାଉତ, ପ୍ରୀତମଜିତ ବେହେରା, ମାଧବାନନ୍ଦ ନାୟକ, ରଚନା ଲିଖନରେ ସ୍ୱର୍ଣ୍ଣପ୍ରଭା ନାୟକ, ଜି.ଏସ. ଶୁଭସ୍ୱପ୍ନା, ରୋଜାଲିନ ଜେନା, ବକ୍ତୃତାରେ ଲଭଲି ବିଶ୍ୱାଳ, ଦିଶାରାଣୀ ଭୁୟାଁ, ଦେବାଶିଷ ମିଶ୍ର, ମଧ୍ୟାହ୍ନ ଭୋଜନ ପ୍ରତିଯୋଗୀତାରେ ଲଳିତ ମହାନ୍ତ, ମାମାଲି ପ୍ରୀୟ ଦର୍ଶନୀ ମହାନ୍ତି, ମୌସୁମୀ ବରାଳ ଭିନ୍ନକ୍ଷମ ମଧ୍ୟାହ୍ନ ଭୋଜନ ପ୍ରତିଯୋଗୀତାରେ କନ୍ଦା ହୋ, ନୃତ୍ୟରେ ପ୍ରଜ୍ଞା ପରମିତା ଜେନା, ଭାଗ୍ୟଶ୍ରୀ ଜେନା, ବର୍ଷାରାଣୀ ସା ପ୍ରମୁଖ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରି ସଫଳତା ଲାଭ କରିଥିଲେ । ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ନିଜସ୍ୱ ଉଦ୍ୟମରେ ପୁରସ୍କାର ପ୍ରଦାନ କରିଥିଲେ । ସିଆରସିସି କେଶବ ଚନ୍ଦ୍ର କର, ନାରାୟଣ ସେଠୀ, ଗୟାଧର ମଲ୍ଲିକ, ଦେବେନ୍ଦ୍ର ଖୁଣ୍ଟିଆ, ଅରୁଣ ଦାଶ, ପ୍ରଫୁଲ ସାହୁ, ପ୍ରଦୀପ ଦେହୁରୀ, ବିଷ୍ଣୁ ସାହୁ, ବସନ୍ତ ନାଇକ, ଜତି ବ୍ରତ, ସୁମନ୍ତ ନାୟକ, ଗୌରାଙ୍ଗ ନାୟକ, ଅଞ୍ଜନ ଦାସ, କୃଷ୍ଣ ନାହାକ, ଶିକ୍ଷକ ଲଳିତ ବିଶ୍ୱାଳ, ପ୍ରଫୁଲ କୁମାର ଜେନା, ଶଶି ଭୁଷଣ ପୁହାଣ, ବିଦ୍ୟାଧର ପଣ୍ଡା, ନବଘନ ନାୟକ,ହରିହର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ