ବାରିସା ଙ୍କୁ ସରକାରୀ ସହାୟତା ମିଳିବ କେବେ?

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବିଜାତଳା ବ୍ଲକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ବାନ୍ଧଗାଁ ଗ୍ରାମର ବାରିସା ନାୟକ ଙ୍କ ବାସଗୃହ ରେ ଏହି ମାସ ୯ତାରିଖ ରାତି ରେ ଅଗ୍ନିକାଣ୍ଡରେ ପୋଡି ନଷ୍ଟ ହୋଇ ଯାଇଛି । ଅଗ୍ନିକାଣ୍ଡରେ ନଡ଼ା ଛପର ଘରେ ନିଆଁ ଲାଗି ଘର ଛପର ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଥିବା ବେଳେ ଘରେ ଥିବା ଅସବାବପତ୍ର ଧାନ ଚାଉଳ, ଗହଣାଗାଣ୍ଠି, ଲୁଗାପଟା,ନଗଦ ଅର୍ଥ ରାଶି ସହିତ ନଷ୍ଟହୋଇ ଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ। ଏହାପରେ ଅଗ୍ନିକାଣ୍ଡ ଯୋଗୁଁ ବାରିସା ନାୟକ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରି ଥିଲେ। ଏବେ ବର୍ଷା ଯୋଗୁଁ ବହୁତ ହ ଇରାଣ ହେଉଛନ୍ତି ଘର ଭିତରେ ପାଣି ପଶି ଯାଇଛି।ମାତ୍ର ଇତି ମଧ୍ୟରେ ୧୩ଦିନ ବିତିବାକୁ ଯାଉଥିଲେ ମଧ୍ୟ ପ୍ରଶାସନ ତରଫରୁ ସହାୟତା ମିଳିବାରେ ବିଳମ୍ବ ଘଟି ଥିବାର ଅଭିଯୋଗ ହେଉଛି l ଅଗ୍ନିକାଣ୍ଡରେ ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ