ବାର୍ଷିକ ଉତ୍ସବ ଅନୁଷ୍ଠିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ମାନବ ସେବା ସଂଗଠନର ୨ୟ ବାର୍ଷିକୀ ଉତ୍ସବ ଭଦ୍ରକସ୍ଥିତ ଜିଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ତଥା ପ୍ରତିଷ୍ଠାତା ସମ୍ବିତ୍ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସନାତନ ଧର୍ମ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଶତପଥୀ, ସମାଜସେବୀ ତଥା ପୂର୍ବତନ ଅଧ୍ୟାପିକା ରାଧାରାଣୀ ମହାପାତ୍ର, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଲେଖକ ରାମ ଚନ୍ଦ୍ର ପଣ୍ଡା ଯୋଗ ଦେଇ ମାନବ ସେବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିିଭିନ୍ନ ଜିଲ୍ଲାରୁ ଆସିଥିବା ଅଗ୍ରଣୀ ସେବା ସଂଗଠନ ମାନଙ୍କୁ ମାନସ ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସଂପାଦକ କିଶୋର କୁମାର ସାହୁ, ମିଡିଆ ସଂଯୋଜକ ଅଜାତଶତ୍ରୁ ଦାସ, ଯୁଗ୍ମ ସଂପାଦକ କୀର୍ତ୍ତିକୃଷ୍ଣ ପାଳ, ମୁଖ୍ୟ ଉପଦେଷ୍ଟା ଦେବବ୍ରତ ବାରିକଙ୍କ ସମେତ ସଂଗଠନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ