ନଳକୂପ ଅଚଳ : ପିଏଚଡ଼ି ଅଫିସରେ ତାଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କାଶୀନଗର ଏନ୍ଏସିର ୧୦ନମ୍ବର ୱାର୍ଡରେ ଅଧିକାଂଶ ନଳକୂପ ଅଚଳ ହୋଇ ପଡ଼ି ରହିଛି। ଫଳରେ ସେ ଅଞ୍ଚଳରେ ଲୋକ ପାଣି ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯେତେବେଳେ ବି ସ୍ଥାନୀୟ ପିଏଚଡ଼ି ଅଫିସକୁ ଗଲେ, ସେଠାରେ ତାଲା ଝୁଲୁଥିବାର ଦେଖିବାକୁ ମିଳୁଛି । ବି. ତେଜେଶ୍ୱର ରାଓ, ଟି. କିଶୋର କୁମାର ଓ ଅନ୍ୟ ବହୁ ଯୁବକ ନଳକୂପ ଅଚଳ ହୋଇ ଯାଇଥିବା ସମ୍ପକରେ ଜଣାଇବା ପାଇଁ ପିଏଚଡ଼ି ଅଫିସକୁ ଯାଇଥିଲେ । କିନ୍ତୁ ତାଲା ଝୁଲୁଥିବାର ଦେଖି ଫେରିଥିଲେ ନିରାଶ ହୋଇ । ଏହାକୁ କେନ୍ଦ୍ର କରି ଜନସାଧାରଣଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଯୁବଗୋଷ୍ଟି କହିଛନ୍ତି ଯେ, ଯଦି ମାର୍ଚ୍ଚ ପୂର୍ବରୁ ନଳକୂପ ମରାମତି ନହୁଏ ଓ ପିଏଚଡ଼ି ବିଭାଗ କର୍ଯ୍ଯଦିବସ ମାନଙ୍କର ନିୟମିତ ଖୋଲା ନରହେ, ତେବେ ସେମାନଙ୍କ ଆନ୍ଦଲୋନକୁ ଉଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।


