ବାଲି ଉଠାଣ ଟେଣ୍ଡର ବ୍ରହ୍ମପୁର ଓ ଭୁବନେଶ୍ୱରର ଠିକାଦାରଙ୍କ ହାତକୁ ଗଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲ୍‌କରେ ପ୍ରବାହିତ ହେଉଥିବା ବଂଶଧାରା ନଦୀ ଘାଟର ବାଲି ଟେଣ୍ଡର ସମାପନ ହୋଇଯାଇଛି । ବ୍ଲକର ୬ଗୋଟି ବାଲିଘାଟ ମଧ୍ୟରୁ ୨ଗୋଟି ଘାଟ ତଥା ଇଦୁଡି ୧ ଓ ଇଦୁଡି ୨ବାଲିଘାଟକୁ ସାମିଲ କରାଯାଇନଥିବା ବେଳେ ୪ଗୋଟି ବାଲିଘାଟ ହେଲା ଯଥା ବୁଦରା, କିତିଙ୍ଗି, ପୁରୁଟିଗୁଡା ଓ ଖାଣ୍ଡବା ବାଲିଘାଟ ପାଇଁ ବ୍ରହ୍ମପୁର ଓ ଭୁବନେଶ୍ୱରର ଠିକାଦାରମାନେ ଠିକା ନେଇଛନ୍ତି । ବୁଦୁରା ବାଲିଘାଟକୁ ବ୍ରହ୍ମପୁରର ଜାନକୀ ଦେବୀ ମିଶ୍ର ମିଟରକୁ ୭୦୧ ଟଙ୍କାରେ ନିଲାମ ଡାକି ପ୍ରଥମରେ ରହିଥିବା ବେଳେ କିତିଙ୍ଗି ବାଲିଘାଟକୁ ଭୁବନେଶ୍ୱର ନାରାୟଣ ବିଶ୍ୱାଳ ୫୫୭ଟଙ୍କା, ପୁରୁଟିଗୁଡା ବାଲିଘାଟ ପାଇଁ ଭୁବନେଶ୍ୱରର ୫୦୧ଟଙ୍କା ଏବଂ ଖାଣ୍ଡବା ବାଲିଘାଟକୁ ଭୁବନେଶ୍ୱରର ମଦନ ମୋହନା ପ୍ରଧାନ ୧୫୬ଟଙ୍କାରେ ନିଲାମ ଡାକି ହାସଲ କରିଛନ୍ତି ବୋଲି କାଶୀନଗର ତହସିଲଦାର ଡ.ଲକ୍ଷ୍ମୀ ପ୍ରସାଦ ସାହୁ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗଜପତି ଜିଲ୍ଲାରେ ପ୍ରବାହିତ ହେଉଥିବା ବଂଶଧାରା ନଦୀର ବାଲି ବହୁ ଉଚ୍ଚମାନର । ଏହାର ଚାହିଦା ସମଗ୍ର ରାଜ୍ୟ ସହ ରାଜ୍ୟବାହାରେ ବିଶେଷ କରି ଆନ୍ଧ୍ରରେ ମାତ୍ରାଧିକ ଚାହିଦା ରହିଛି । ଏଥି ଯୋଗୁଁ ଆନ୍ଧ୍ର ପ୍ରଦେଶର ବାଲିମାଫିଆମାନେ ଅଞ୍ଚଳର କିଛି ଅସାଧୁ ବ୍ୟକ୍ତିଙ୍କ ସହ ମିଶି ଚୋରାବାଲିଚାଲଣ କରୁଥିବାର ବହୁ ନଜିର ରହିଛି । ଏହି ବାଲି ପାଇଁ ସମୟ ସମୟରେ ବହୁ ବିବାଦ ମଧ୍ୟ ଉପୁଜିଥିବାର ଲକ୍ଷ୍ୟ କରାଯାଉଛି । ଜିଲ୍ଲା ପ୍ରଶାସନ ଏ ନେଇ ସଜାଗ ରହିବା ସହ ବଂଶଧ।।ରା ବାଲି ଚୋରା ଚାଲାଣ ରୋକିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ