ବାଲେଶ୍ୱର ରେଳଷ୍ଟେସନରୁ ଉଦ୍ଧାର ୨୧ ନାବାଳକଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଠାରେ ହସ୍ତାନ୍ତର କଲେ ରେଳ ସୁରକ୍ଷା ପୋଲିସ

ବାଲେଶ୍ୱର, (ସରୋଜ ପଣ୍ଡା):ସୋମବାର ପୂର୍ବାହ୍ନ ଏଗାରଟା ବେଳେ ବାଲେଶ୍ଵର ରେଳ ସୁରକ୍ଷା ପୋଲିସ ଦ୍ଵାରା ଟ୍ରେନରୁ ଉଦ୍ଧାର ୨୧ ଜଣ ନାବାଳକ ଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଜୀମାରେ ଦେଇଛନ୍ତି।ସୂଚନା ମୁତାବକ ବିହାର ରାଜ୍ୟର ଆରିଆ ଜିଲ୍ଲା ରୁ ୨୧ ଜଣ ନାବାଳକଙ୍କୁ ବେଆଇନ ଭାବେ ଟ୍ରେନ ରେ ଯାଜପୁର ଯାଉଥିବା ବେଳେ ଖବର ପାଇ ବାଲେଶ୍ଵର ରେଳ ସୁରକ୍ଷା ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ନାବାଳକ ମାନଙ୍କୁ ସହଦେବଖୁଣ୍ଟା ସ୍ଥିତ ଜିଲ୍ଲା ଶିଶୁ ମଙ୍ଗଳ କମିଟି ରେ ହସ୍ତାନ୍ତର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ