ବାଲ୍ୟ ବିବାହ ରୋକିଲେ କନ୍ଧମାଳ ଚାଇଲଡ ଲାଇନ କର୍ତ୍ତୃପକ୍ଷ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଚାଇଲଡ ଲାଇନ ପକ୍ଷରୁ ଆଉ ଏକ ବାଲ୍ୟ ବିବାହ ବନ୍ଦ କରାଯାଇଛି। ମିଳିଥିବା ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ଥାନା ବ୍ରାହ୍ମଣପାଦ ପଞ୍ଚାୟତର ଜନୈକା ନାବାଳିକା ଝିଅ ସହ ସେହି ଅଞ୍ଚଳର ଜଣେ ଯୁବକର ବିବାହ ପାଇଁ ଉଭୟ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। ଆଉ ଗୋଟିଏ ଦିନ ପରେ ସେମାନଙ୍କର ବିବାହ ହୋଇଥାନ୍ତା। ତେବେ ଚାଇଲଡ ଲାଇନ କର୍ମକର୍ତ୍ତା କୌଣସି ସୂତ୍ରରୁ ଖବର ପାଇ ଏ ନେଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଓ ଚାଇଲଡ ଲାଇନ କର୍ମଚାରୀ ପ୍ରଥମେ ଯାଇ ଯୁବକର ଘରେ ପହଂଚିଥିଲେ। ତେବେ ପୁଲିସ ଆସୁଥିବା ଖବର ପାଇ ଯୁବକର ଘର ଲୋକେ ଘରେ ତାଲା ପକାଇ କୁଆଡ଼େ ଚାଲି ଯାଇଥିଲେ। ଏହାପରେ ଚକାପାଦ ସିଡିପିଓ ଅଲିଅଳ ପ୍ରଧାନ, ସୁପରଭାଇଜର ଶ୍ରୀକାନ୍ତି ମଲିକ, ଅଙ୍ଗନବାଡି କର୍ମୀ ବନିତା ମଲିକ, ଚାଇଲଡ ଲାଇନର ଅନୁପ କୁମାର ସାହୁ ଓ ଦୀଲ୍ଲୀପ ଦାସ ପ୍ରମୂଖ ଝିଅ ଘରେ ପହଂଚି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ନାବାଳିକାର ଘର ଲୋକେ ବୟସ ହେବା ପର୍ଯ୍ୟନ୍ତ ଝିଅର ବାହାଘର ନ କରିବା ପାଇଁ ଲିଖିତ ଭାବେ ପ୍ରତିଶୃତି ଦେଇଥିବା ଫୁଲବାଣୀ ଚାଇଲଡ ଲାଇନ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ