ବାହନ ଡାଟାବେସରେ ମୋବାଇଲ ନମ୍ବର ପଞ୍ଜିକରଣ ହେବ ବାଧ୍ୟତାମୂଳକ
ନୂଆଦିଲ୍ଲୀ : କ୍ରମାଗତ ଭାବେ ପରିବହନ ବିଭାଗ ପକ୍ଷରୁ କଠୋରରୁ କଠୋର ନିୟମ ପ୍ରଣୟନ କରାଯାଇ ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆସନ୍ତା ଏପ୍ରିଲ ମାସରେ ଆଉ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏବେ ଗାଡି କିଣିଲେ ବାହାନ ଡାଟାବେସରେ ପଞ୍ଜିକୃତ ହେବ ଆପଣଙ୍କ ମୋବାଇଲ ନମ୍ବର। ଗାଡି ସହିତ ଜଡିତ ସମସ୍ତ ସେବାର ଲାଭ ଉଠାଇବା ପାଇଁ ଏପରି କରିବା ଜରୁରୀ ଅଟେ। ପରିବହନ ମନ୍ତ୍ରଣାଳୟ ତରଫରୁ ଏକ ନୋଟିଫିକେସନ ଜାରି ହୋଇଛି। ଯେଉଁଥିରେ ଆପଣଙ୍କ ଗାଡି କିଣିଲା ବେଳେ ବାହାନ ଡାଟାବେସରେ ନିଜର ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ ହେବ।
ସାଧାରଣତଃ କୌଣସି ଗାଡିର ପ୍ରଣାମପତ୍ର ସମ୍ବନ୍ଧୀୟ କୌଣସି ସେବା ପାଇଁ, ମୋବାଇଲ ନମ୍ବର ଔପଚାରିକ ରୂପେ ବ୍ୟବହାର କରାଯାଉନଥିଲା। କେବଳ ନୂଆ ଗାଡିର ପଞ୍ଜିକରଣ ସମୟରେ ଓଟିପି ପାଇଁ ମୋବାଇଲ ନମ୍ବରକୁ ବ୍ୟବହାର କରାଯାଉଥିଲା। କିନ୍ତୁ ଏହାକୁ ଡାଟାବେସରେ ଲିଙ୍କ କରାଯାଉନଥିଲା। କିନ୍ତୁ ଆସନ୍ତାବର୍ଷ ଏପ୍ରିଲରୁ ଗାଡି ସମ୍ବନ୍ଧୀୟ କୌଣସି ପ୍ରକାର କାର୍ଯ୍ୟ ପାଇଁ ବାହାନ ଡାଟାବେସରେ ମୋବାଇଲ ନମ୍ବର ଲିଙ୍କ୍ କରିବା ଅନିବାର୍ଯ୍ୟ ହେବ। କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ସଂଶୋଧନ ପରେ ମୋଟରଯାନ ପଞ୍ଜିକରଣ ପାଇଁ ଆବେଦନ କରିବାର ସମୟ, ନୂଆ କିମ୍ବା ଡୁପ୍ଲିକେଟ ପଞ୍ଜିକରଣ ପ୍ରମାଣପତ୍ର ଜାରି କରିବା ଏବଂ ନବୀକରଣ ପାଇଁ ମୋବାଇଲ ନମ୍ବରର ଆବଶ୍ୟକତା ରହିଛି।


