କଳାହାଣ୍ଡି ଲେଖକ କଳା ପରିଷଦ ଦ୍ୱାରା ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ଆୟୋଜିତ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): କଳାହାଣ୍ଡି ର ସର୍ବ ପୁରାତନ ଓ ଅଗ୍ରଣୀ ସାହିତ୍ୟ ଓ ସଙ୍ଗୀତ ଅନୁଷ୍ଠାନ କଳାହାଣ୍ଡି ଲେଖକ କଳା ପରିଷଦ ଦ୍ୱାରା ସଙ୍ଗୀତ ନାଟକ ଏକାଡେମୀ, ନୂଆଦିଲ୍ଲୀ ସହାୟତା ରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ, ସଂକୀର୍ତ୍ତନ ଓ ଭଜନ ସନ୍ଧ୍ୟା କୁ ନେଇ ଏକ ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ପରିଷଦ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି | ଓଡିଶା ସଙ୍ଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ ରଥ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ | ପରିଷଦ ର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ | ଅନୁଷ୍ଠାନ ର ସମ୍ପାଦକ ଭାନୁ ପ୍ରକାଶ ରଥ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ର ରାଜପଥ ପ୍ୟାରେଡ଼ ପଡିଆ ରେ ବଜାସାଲ ଲୋକନୃତ୍ୟ ପରିବେଷଣ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ପ୍ରତିଭା ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରାଯାଇଥିଲା | କଳାହାଣ୍ଡି ର ଲୋକକଳା ଓ ଲୋକସଂସ୍କୃତି କୁ ପ୍ରଚାର ପ୍ରସାର କରିବା ପାଇଁ ବର୍ତମାନ ର ଯୁବପିଢ଼ି ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଏଂବ ଆଜି କଳା କେବଳ ଜୀବନ ନୁହେଁ ଜୀବିକା ର ମାଧ୍ୟମ ହୋଇଛି ବୋଲି ମୁଖ୍ୟଅତିଥି ସଙ୍ଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ରଥ କହିଥିଲେ | ପରେ ଗୁରୁ ଶୁଭ୍ରାଂଶୁ ମିଶ୍ର ଙ୍କ ଶାସ୍ତ୍ରୀୟ ସଂଗୀତ, ଗୁରୁ ଭୀମସେନ ମହାରଣା ଙ୍କ ସୀତାର ବାଦନ, ଗୁରୁ ଗୌର କିଶୋର ମହାପାତ୍ର ଙ୍କ ତବଲା ବାଦନ, ପାଣିମୁଣ୍ଡା ଦଳ ର ସଂକୀର୍ତନ ଏବଂ କଳା ପରିଷଦ ସଂଗୀତ ମହାବିଦ୍ୟାଳୟ ର ଭଜନ ସନ୍ଧ୍ୟା ଉପସ୍ଥିତ ଦର୍ଶକ ଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା | କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ର ଶତାଧିକ ସଙ୍ଗୀତ ପ୍ରେମୀ ଯୋଗ ଦେଇଥିଲେ | ଅନୁଷ୍ଠାନ ର ସଦସ୍ୟ ତାପସ ପଟେଲ, ସୁରେନ୍ଦ୍ର ନେଗୀ, ଗୋପାଳ ସାହୁ, ଭାଗିରଥି ବେହେରା ପ୍ରମୁଖ ସହଯୋଗ କରିଥିଲେ |


