ବିଏସ୍‌ଏନ୍‌ଏଲ୍ ଆଣିବ ଭିଆରଏସ୍ ପ୍ୟାକେଜ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ୍ ଉଦ୍ୟାଗ ବିଏସ୍‌ଏନ୍‌ଏଲ୍ ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ସ୍କିମ୍ (ଭିଆରଏସ୍‌) ନେବାକୁ ଥିବା କର୍ମଚାରୀଙ୍କ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା କରିବାର ଅଛି । ବିଏସ୍‌ଏନ୍‌ଏଲ୍ ଭିଆରଏସ୍ ସ୍କିମ୍ ଅନୁଯାୟୀ ୫୦ ବର୍ଷ ବା ତଦୁର୍ଦ୍ଧ ବୟସର କର୍ମଚାରୀ ଭିଆରଏସ୍ ବାଛିପାରିବେ । ସେମାନଙ୍କୁ ବାକି ସମୟ ପାଇଁ ମୋଟା ଅଙ୍କର ଟଙ୍କା ମିଳିବ । ସର୍ବାଧିକ ୯୦ ଲକ୍ଷ ଯାଏ ଟଙ୍କା ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ମୋଟ ୧.୬ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୧ ଲକ୍ଷ କର୍ମଚାରୀ ବା ୬୩% କର୍ମଚାରୀ ଭିଆରଏସ୍ ପାଇଁ ଯୋଗ୍ୟ ଅଛନ୍ତି । କିଛି ସୂତ୍ରରୁ ଜଣାପଡ଼ିଛି ୮୦ ହଜାରରୁ ଊର୍ଦ୍ଧ୍ୱ ୫୦ ବର୍ଷ ବା ତାଠାରୁ ଅଧିକ ବୟସର ବ୍ୟକ୍ତି ଏଥିପାଇଁ ଆବେଦନ କରିସାରିଛନ୍ତି । ଆବେଦନ ଡିସେମ୍ବର ୩ ଯାଏ ଜାରି ରହିବାର ଥିବାରୁ ଅଧିକ କର୍ମଚାରୀ ଆବେଦନ କରିବାର ଅଛି । ବିଏସ୍‌ଏନ୍‌ଏଲର ଅବସର ସୀମା ୬୦ ବର୍ଷ ଥିବାରୁ ଏହି ସ୍କିମ୍ ଅନୁଯାୟୀ ୫୫ ବର୍ଷ ବୟସର କର୍ମଚାରୀ ଅବସର ନେଲେ ବାକି ୬୦ ମାସ ପାଇଁ ମୋଟା ଅଙ୍କର ଅର୍ଥ ପାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ