ବିଜେଡି ଯୁଗ୍ମ ସମ୍ପାଦକଙ୍କୁ ବହିଷ୍କାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ କୁମାର ପଣ୍ଡାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଯୁଗ୍ମ ସମ୍ପାଦକ ଶ୍ରୀ ପଣ୍ଡାଙ୍କୁ ଦଳରୁ ବହିଷ୍କାର କରାଯାଇଛି । କିନ୍ତୁ କେଉଁଭଳି କାର୍ଯ୍ୟପାଇଁ ଶ୍ରୀ ପଣ୍ଡାଙ୍କୁ ଦଳରୁ ବହିଷ୍କାର କରାଯାଇଛି ସେ ସମ୍ପର୍କରେ ଜିଲ୍ଲା ସଭାପତିଙ୍କ ପତ୍ରରେ କିଛି ଉଲ୍ଲେଖ ନାହିଁ । ଏ ସମ୍ପର୍କରେ ଶ୍ରୀ ପଣ୍ଡାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗ କରିବାରୁ ସେ କହିଲେ ଯେ ମୁଁ କୈାଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ । ବିଜୁ ଜନତା ଦଳ ଆରମ୍ଭ ହେବା ଦିନଠାରୁ ମୁଁ ଦଳ ସହିତ ରହିଛି । ଦଳ ମୋତେ ଜିଲ୍ଲା ଛାତ୍ର ଜନତା ସଭାପତି ଭାବେ ୧୨ବର୍ଷ ଏବଂ ଜିଲ୍ଲା ଯୁବ ସଭାପତି ଭାବେ ୫ବର୍ଷ ଓ ଜୀବନବିନ୍ଦୁ ସଂଯୋଜକ ଭାବେ ୨ବର୍ଷ ଧରି ଦାୟିତ୍ୱ ତୁଲାଇବାକୁ ଦେଇଥିଲା ମୁଁ ମଧ୍ୟ ତାହାକୁ ସୂଚାରୁ ରୂପେ ସମ୍ପାଦନ କରିଥିଲି । ଏହାପରେ ଦଳ ମୋତେ ରାଜ୍ୟ ସଂଗଠନର ଯୁଗ୍ମ ସମ୍ପାଦକ ଦାୟିତ୍ୱ ଦେଇଥିଲା । ସେଥିପାଇଁ ମୁଁ ଦଳ ନିକଟରେ କୃତଜ୍ଞ ଓ ଦଳ ପାଇଁ ମୁଁ ସାମାଜିକ ପରିଚୟ ପାଇଛି । ବିଜୁ ଜନତାଦଳର ଜଣେ ସମର୍ପିତ କର୍ମୀ ଭାବେ ମୁଁ ଗର୍ବ ଅନୁଭବ କରେ । ଗତ କିଛିଦିନ ହେଲା ଦଳ ମୋତେ ରାଜ୍ୟରେ ସାଂଗଠନିକ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦେଇଥିଲା । ମୁଁ ତାହାକୁ ସୂଚାରୁ ରୂପେ ସମ୍ପାଦନ କରୁଥିଲି । ତେଣୁ ମୁଁ କୈାଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ । ଦଳ ମୋତେ କାହିଁକି ବହିଷ୍କାର କଲା ତାହା ମୁଁ ଜାଣିନାହିଁ । ମୁଁ ସବୁଦିନ ବିଜୁ ଜନତାଦଳରେ ରହିବି ଓ ନବୀନ ପଟ୍ଟନାୟକ ହେଉଛନ୍ତି ମୋ ନେତା । ଆଗାମୀ ଦିନରେ ଦଳ ଯାହା ନିର୍ଦେଶ ଦେବ ତାକୁ ମୁଁ ନିଷ୍ଟାର ସହ ପାଳନ କରିବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ