କୋଠଘର ମରାମତି ନାଁରେ ଏକ ଲକ୍ଷଟଙ୍କା ହରିଲୁଟ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କୋଠଘର ନାଁରେ ହରିଲୁଟ ।ଜେଇ,ପିଏଅ,ସରପଞ୍ଚ ମିଶି ଖାଇଗଲେ ଏକଲକ୍ଷ ଟଙ୍କା । ଏଭଳି ଦୃର୍ନୀତି ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦବ୍ଲକ ପଞ୍ଚଭୂତି ଗ୍ରାମ ପଞ୍ଚାୟତର ଗ୍ରାମବାସୀ ମାନେ ।ଗ୍ରାମବାସୀଙ୍କ ଅଭିଯୋଗକୁ ଆଧାର କରି ଆମ ହାତରେ ଲାଗିଥିବା ଏହି ଦସ୍ତାବିଜି ପ୍ରମାଣ କରୁଛି । କୋଠଘର ନାଁରେ ମିଛ କାଗଜ ପତ୍ର କରି ଖାଇଗଲେ ଏକଲକ୍ଷ ଟଙ୍କା । ଥରେ ନଜର ପକାନ୍ତୁ ଏହି ଦସ୍ତାବିଜି ଉପରେ ପଞ୍ଚଭୂତି ଗ୍ରାମ କୋଠଘର ମରାମତି ପାଇଁ ଆସିଛି ଏକଲକ୍ଷ ଟଙ୍କା । ହେଲେ ଏହି କୋଠଘର ପଞ୍ଚଭୂତି ଗ୍ରାମର କୌଣସି ସାହିରେ ନାହିଁ କେବଳ କାଗଜ କଲମରେ ହୋଇ ବିଲି ହୋଇଛି । ଏକଥା ଆମେ କହୁନୁ । ଏକଥା କହୁଛନ୍ତି ପଞ୍ଚଭୂତି ଗ୍ରାମର ଗ୍ରାମବାସୀ ମାନେ। ଖାଲି ସେତିକି ନୁହଁ । ରୋଡ଼, ପୋଖରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ l ଗ୍ରାମବାସୀ ଓ ବର୍ତ୍ତମାନ ସରପଞ୍ଚଙ୍କ ଅଭିଯୋଗ ଅନୁସାରେ କୋଉଠି ହଜି ଯାଇଛି ସେହି କୋଠ ଘର । କେଉଁଠି ଅଛି ସେହି କୋଠଘର କେହି ଜାଣିନାହାନ୍ତି l


