ବିଜୁଜନତା ଦଳ ତରଫରୁ ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ବିଶ୍ବ ମାନବ ସମାଜ ପାଇଁ ଘାତକ ସାଜିଛି ଅଦୃଶ୍ୟ ମହାମାରୀ ‘କରୋନା’ ।ବିଶ୍ବର ସବୁଠାରୁ ବୁଦ୍ଧିଶାଳି ମାନବ ସମାଜକୁ ଚାରିପଟୁ କାବୁ କରି ପକାଇଛି ।ମହାମାରି ‘କରୋନା’ ବୁଢିଆଣୀ ଜାଲରେ ଛନ୍ଦି ହୋଇଯାଇଛି ଅହଂକାରୀ ମଣିଷ ।ଦିର୍ଘ ୪ମାସ ହେଲା ମଣିଷ ସମାଜକୁ ହନ୍ତସନ୍ତ କରି ପକାଈଲାଣି । ଆଗକୁ ଆହୁରି କେତେଦିନ ଦହଗଞ୍ଜ କରିବ ଜଣା ପଡୁନି ! ସେହି ମହାମାରୀକୁ ଓଗାଳିବା ପାଇଁ ଆମ ସରକାର ତାଲାବନ୍ଦ ଚଳାଇଛନ୍ତି ।ଛାତି ବୁଲାଇ କହୁଥିବା ପ୍ରଭାବଶାଳୀ,ବିତ୍ତଶାଳୀ ମହାଜ୍ଞାନୀ, ଅହଂକାରୀ ମଣିଷ ଆଜି ବିନା ଚେନ ଓ ତାଲାରେ ଗୃହବନ୍ଦି ହୋଇ ରହିଛି । ଲକ୍ ଡାଉନ୍ ଯୋଗୁଁ ଚକ,କଳ, କାମଧନ୍ଦା ବନ୍ଦ। ଦେହ ଅଛି ମାନେ ରୋଗ ଅଛି ! ଚୈତ୍ର ମାସ ଖରା ଏଣେ ତାପମାତ୍ରା ୪୦ ଡିଗ୍ରୀ ଉପରେ ।ଡହଳ ବିକଳ ହେଉଛନ୍ତି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରୋଗୀ ମାନେ ।ଏଣେ ଲୋକ ଗୃହବନ୍ଦି ଯିବା ଆସିବା ଠପ।ଏଭଳି ବିପର୍ଯ୍ୟୟ ସମୟରେ ରାଇରଙ୍ଗପୁର ଡାକ୍ତରଖାନା ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖା ଦେଇଛି । ରୋଗୀମାନେ ରକ୍ତ ପାଇଁ ଜୀବନ ସହିତ ସଂଗ୍ରାମ କରୁଛନ୍ତି ।ପ୍ରବଳ ଖରା ଯୋଗୁଁ ଲୋକମାନେ ରକ୍ତଦାନ ପାଇଁ ପଛଘୁଞ୍ଚା ଦେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାର ଲୋକଙ୍କୁ ରକ୍ତ ପାଇଁ ମରିବାକୁ ଦିଆଯିବ ନାହିଁ । ଏଥିପାଇଁ ଦଳ ତରଫରୁ ‘ଜୀବନ ବିନ୍ଦୁ ‘ସେଲ ଗଠନ କରିଛନ୍ତି । ରାଇରଙ୍ଗପୁର ଡାକ୍ତରଖାନାର ରକ୍ତର ଅଭାବ ନେଇ ମୟୁରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ, ବରିଷ୍ଠ ବିଜେଡି ନେତା ପାର୍ଥସାରଥୀ କବି , ମୟୂରଭଂଜ ସଦର ବିଜେଡି ଛାତ୍ର ଜନତା ସଭାପତି ବିକାଶ ମହାନ୍ତ,ଯୁବ ସଂଗଠକ ଗଣେଶ୍ୱର ମିଶ୍ର, ସମାଜସେବୀ ପିଙ୍କୁ ବଳ , ପ୍ରମୁଖ ପବିତ୍ର ଓଡ଼ିଆ ନବବର୍ଷ,ପଣା ସଂକ୍ରାନ୍ତି , ହନୁମାନ ଜୟନ୍ତୀ ଅବସରରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟା ମମତା ମହାନ୍ତ ଯୋଗ ଦେଇ ରକ୍ତଦାନ ମହତ ଦାନ କହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ରକ୍ତଦାନ ରେ ୨୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସୋମବାର ଦିନ କରାଯିବ ବୋଲି ବିଜୁଜନତା ଦଳ ସଭାପତି କାଶିନାଥ ହେମ୍ବ୍ରମ ସୂଚାଇଛନ୍ତି ।ଦିର୍ଘ ଦିନ ହେଲା ରାଇରଙ୍ଗପୁର ହସ୍ପିଟାଲରେ ରକ୍ତର ଘୋର ଅଭାବ ଦେଖା ଦେଇଥିଲା ।ଏହି ଯୁବ ସମାଜସେବୀଙ୍କ ସମାଜସେବା ଦାୟିତ୍ଵବଦ୍ଧତା ପାଇଁ ରକ୍ତର ଅଭାବ କିଛି ମାତ୍ରାରେ ଟଳିଲା । ବିନ୍ଦୁଏ ରକ୍ତ ପାଇଁ ଡହଳ ବିକଳ ହେଉଥିବା ରୋଗୀ ଓ ତାଙ୍କ ପରିବାର ଆଶ୍ଵସ୍ତ । ଏଭଳି ଜାତୀୟ ବିପର୍ଯ୍ୟୟ ସମୟରେ ମୟୂରଭଂଜ ସଦର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ଏଭଳି ‘ରକ୍ତଦାନ ମହତ ଦାନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ,ରୋଗୀ, ରୋଗୀଙ୍କ ପରିବାର ଏବଂ ସାଧାରଣ ରେ ପ୍ରଶଂସା କରାଯାଇଛି ।


