୨ଦିନ ତଳେ ବିଦେଶ ଫେରନ୍ତାଙ୍କୁ ନେଇ ଗ୍ରାମବାସୀ ଭୟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ନାହୋ ଗ୍ରାମରେ ଶନିବାର ଦିନ କୋଲକତା ଫେରନ୍ତା ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ନେଇ ଗ୍ରାମବାସୀ ମାନେ ଭୟଭୀତ ହୋଇଛନ୍ତି । ଗ୍ରାମବାସୀ ମାନେ ପ୍ରଥମେ ୧୦୪, ୧୦୦କୁ ଯୋଗାଯୋଗ କଲେ ମଧ୍ୟ କେହି ଶୁଣୁନଥିବା ବେଳେ ବର୍ତ୍ତମାନ ସାରା ବିଶ୍ୱରେ କରୋନା କାୟା ବିସ୍ତାର କରିଚାଲିଛି । ଗ୍ରାମବାସୀ ମାନେ ନିକଟସ୍ଥ ଫାଣ୍ଡିକୁ ଯୋଗାଯୋଗ କରିବାରୁ ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨/୪ ଦିନ ରହିବାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । କିନ୍ତୁ ଗ୍ରାମବାସୀଙ୍କ କଥାକୁ କେହି ଶୁଣୁ ନଥିବାରୁ ଗ୍ରାମବାସୀ ମାନେ ଭୟଭୀତ ହୋଇପଡିଛନ୍ତି । ତୁରନ୍ତ ସରକାରୀ ସ୍ତରରେ ଉକ୍ତ ବ୍ୟକ୍ତିଙ୍କୁ ନେଇ ପରୀକ୍ଷା କରାଯାଇ ୧୪ ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।


