ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ମାତିଛନ୍ତି ତିରୁପତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଚଳିତ ମାସରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ଦଳ ପ୍ରଚାର ପ୍ରସାର ସେତିକି ମାତ୍ରାରେ କରିଚାଲିଛି । ଆଜି ସୁଦ୍ଧା ଜିଲ୍ଲାରେ ନିର୍ବାଚନ ପ୍ରଚାରରେ ବିଜେଡି ଦଳ ଆଗୁଆ ରହିଛି । ସେହିପରି ଜିଲ୍ଲାସ୍ତରୀୟ ନେତାମାନେ ଦିନରାତି ଏକ କରି ନିର୍ବାଚନ ମଇଦାନରେ ଓହ୍ଲାଇପଡିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ନେତା ତଥା ହାଇଟେକ ଗ୍ରୁପର ମୁଖିଆ ଡ.ତିରୁପତି ପାଣିଗ୍ରାହୀ ବିଜେଡି ପ୍ରାର୍ଥୀଙ୍କ ଜିତାପଟ ପାଇଁ ପ୍ରଚାରରେ ମାତିଯାଇଛନ୍ତି । ଜିଲ୍ଲାର ବିଭିନ୍ନ ପ୍ରାନ୍ତ ତଥା ଜିଲ୍ଲାପରିଷଦ ଜୋନକୁ ମାରାଥନ ଗସ୍ତକରି କେଉଁଠି ଦଳୀୟ ର‌୍ୟାଲିତ ଆଉ କେଉଁଠି ମିଶ୍ରଣ ପର୍ବରେ ସାମିଲ ହେଉଛନ୍ତି । ତାଙ୍କ ସହ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଏବଂ ତାଙ୍କ ଟିମ୍ ତଥା ଜିଲ୍ଲା ବିଜେଡି ନେତୃବୃନ୍ଦ ସମ ପରିମାଣରେ ବୁଲି ବୁଲି ଜିଲ୍ଲାପରିଷଦ ପ୍ରାର୍ଥୀ/ପ୍ରାର୍ଥିନୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅପିଲ କରୁଥିବାର ଦେଖିବାକୁ ମିଳୁଛି । ଏହି କ୍ରମରେ କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତ ସିଙ୍ଗିପୁର ଗ୍ରାମ ଠାରେ ବିଜେଡିର ମିଶ୍ରଣ ପର୍ବରେ ଡ. ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ଶ୍ରୀନାୟକ, ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ଜୋନ୍‌-୨ର ପ୍ରାର୍ଥୀ ଗାବରା ତିରୁପତି ରାଓ ପ୍ରମୁଖଙ୍କ ଉପସ୍ଥିତିରେ ୧୦୦ରୁ ଉର୍ଦ୍ଧ ଭାଜପା କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ସେହିପରି ଉଲ୍ଲେଖିତ ପଞ୍ଚାୟତର ଦେବଦଳା ଓ ବିଶିରିଙ୍ଗି ଗ୍ରାମାଞ୍ଚଳ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମଧ୍ୟ ଏହି ଦଳୀୟ ଟିମ୍ ଯୋଗ ଦେଇଥିବା ବେଳେ ଜୋନ୍‌-୨ ଜିଲ୍ଲାପରିଷଦ ପ୍ରାର୍ଥୀ ଗାବରା ତିରୁପତି ରାଓ, ସରପଞ୍ଚ ପ୍ରାର୍ଥୀ ତେଜେଶ୍ୱର ରାଓ, ସମିତି ପ୍ରାର୍ଥିନୀ ବି. ସାୟମ୍ମାଙ୍କ ସହ ମିଶି ଗ୍ରାମ ଓ ସାହି ଗୁଡିକ ପରିକ୍ରମା କରିଥଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ବନ୍ଧରେ ବକ୍ତବ୍ୟ ରଖି ଲୋକମାନଙ୍କ ପାଖକୁ ଯାଇଥିଲେ । ସେହିପରି ପାରଳାଖେମୁଣ୍ଡି ରାମନଗର ସ୍ଥିତ ହାଇଟେକ ପ୍ଲାଜା ପରିସରରେ ଥିବା ବିଜେଡି ନିର୍ବାଚନ କାର୍ଯ୍ୟାଳୟ ଠାରେ ମଧ୍ୟ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁମ୍ମା ବ୍ଲକ ତଥା ଗୁମ୍ମା ପଞ୍ଚାୟତର କିତୁମ୍ବା ଓ ସିନ୍ଧିସିଂ ଗ୍ରାମର ୧୦ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଡ.ତିରୁପତି ପାଣିଗ୍ରାହୀଙ୍କୁ ଭେଟି ବିଜେଡି ଦଳରେ ସାମିଲ ହୋଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ