ବିଜେପି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡିର ଏକ ଘରୋଇ କଲ୍ୟାଣ ମଣ୍ଡପରେ ବିଜେପି ଆଖଣ୍ଡଳମଣି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି କିଶୋର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ତଥା ମଣ୍ଡଳ ପ୍ରବାସ ଯୋଜନା ପ୍ରଭାରୀ ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମନମୋହନ ସାମଲ, ବିଜେପି ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ, ବିଜେପି ଜିଲା ସଭାପତି ହେମନ୍ତ ପାଢୀ, ଲୋକସଭା ପ୍ରଭାରୀ ଚନ୍ଦ୍ର ଶେଖର ନନ୍ଦ, ଲୋକସଭା ବିସ୍ତାରକ ଆର୍ତ୍ତତ୍ରାଣ ପୃଷ୍ଟି, ବିଜେପି ନେତା ଠାକୁର ରଂଜିତ ଦାସ, କମଳାକାନ୍ତ ସୁତାର, ଜଗବନ୍ଧୁ ଦାସ ପ୍ରମୁଖ ଯୋଗଦେଇ ସଶକ୍ତ ବୁଥ, ସକ୍ରିୟ ମଣ୍ଡଳ ଗଠନ ଉପରେ ଗୁରୁତ୍ବ ଦେଇଥିଲେ । ଏଥିସହିତ ଭଦ୍ରକ ଲୋକସଭା ଓ ଚାନ୍ଦବାଲି ବିଧାନ ସଭା ଆସନରୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଉପସ୍ଥିତ ୬୧ ଜଣ ସକ୍ରିୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ବିଜେପି ମଣ୍ଡଳ ସଂପାଦକ ସ୍ବଦେଶ ପଣ୍ଡା, ମୀନ କେତନ ବିଶ୍ବାଳ, ସୁରେଶ ସାହୁ, ସଦାନନ୍ଦ ମଲିକ, ଶରତ ବେହୁରିଆ, ନରେଶ ସେଠୀ, ଚନ୍ଦ୍ରକାନ୍ତ ନାୟକ, ସୁରେଶ ମହାଳିକ, ଅକ୍ଷୟ ବିଶ୍ବାଳ, ସନ୍ଦିପ ନାୟକ ପ୍ରମୁଖ ଏହି ବୈଠକରେ ଯୋଗଦେଇ ବିଜେପି ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାକୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଜୀବନାନନ୍ଦ ପାଢୀ ଧନ୍ୟବାଦ ଦେଇଥିଲେ ।


