ସହାୟକ ପକ୍ଷରୁ ସ୍ୱତନ୍ତ୍ର ଅଧିବେଶନ ଓ ବୁନ୍ଧୁ ମିଳନ
ବାଲେଶ୍ୱର, (ସରୋଜ ପଣ୍ଡା):ସାମାଜିକ ସଂଗଠନ ‘ସହାୟକ’ର ନୂତନବର୍ଷର ବନ୍ଧୁମିଳନ ବୁଧବାର ଋଷିଆ ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଇଂ. ସୁରେନ୍ଦ୍ରନାଥ ଦାସ ଓ ସଂମ୍ପାଦକ ବିଜୟ କୁମାର ଦାସଅଧିକାରୀଙ୍କ ନେତୃତ୍ୱରେ ସେଠାରେ ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହୋଇଥିଲା । ଚଳିତବର୍ଷର ରକ୍ତଦାନ ଶିବିର, ଗ୍ରୀଷ୍ମକାଳରେ ପାନୀୟଜଳ ଦାନ, ବୃକ୍ଷରୋପଣ, ଅସହାୟଙ୍କୁ ଅନ୍ନ, ବସ୍ତ୍ର ଓ ଚିକିତ୍ସା ଖର୍ଚ୍ଚ ପ୍ରଦାନ ଏବଂ ଜିଲ୍ଲାର ଏକ ଅନଗ୍ରସର ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିବାଆଦି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ସେହିପରି ନୂତନ ସଦସ୍ୟ ଗ୍ରହଣକୁ ଗୁରୁତ୍ୱ ଦେବା ଉପରେ ନିମ୍ପତ୍ତି ନିଆଯାଇଛି । ନୂତନ ସଭ୍ୟ ‘ଧ୍ୱନିପ୍ରତିଧ୍ୱନି’ର ସଂପାଦକ ସୃଷ୍ଟିଧର ପରିଡ଼ା ଓ ଅବସରପ୍ରାପ୍ତ ଇଂଜିନିୟର ରବୀନ୍ଦ୍ର କୁମାର ରାଉତଙ୍କୁ ଏହି ବୈଠକରେ ସ୍ୱାଗତ କରାଯାଇଥିଲା । ଦିବାକର ମହାପାତ୍ର, ସଂଗୀତ ଗୁରୁ ଭୁବନମୋହନ ପ୍ରଧାନ ଓ ଅନୁ କର ଭକ୍ତିସଂଗୀତ ଗାନ କରି ଉପସ୍ଥିତମାନଙ୍କୁ ଆହ୍ଲାଦିତ କରିଥିଲେ । ଡ. ରମାକାନ୍ତ ବେହେରା, କବି କାଳୀପଦ ପଣ୍ଡା, ଲକ୍ଷ୍ମୀପ୍ରିୟା ଜେନା, ଅରୁଣା ରାୟ, ଇଂ. ଶିବଚରଣ ବେହେରା, ପ୍ରଫୁଲ୍ଲ କୁମାର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଶଚୀନ୍ଦ୍ର ଦାସ, ପ୍ରଣିତା ମିଶ୍ର, ସାବିତ୍ରୀ ଦାସ, ପୁଷ୍ପଲତା ମହାନ୍ତି, ପ୍ରତିମା ପଣ୍ଡା, ଅନନ୍ତ କର, କାମିନୀକାନ୍ତ ପାଢ଼ୀ ଓ କେଶବ ମହାନ୍ତି ଏଥିରେ ଉପସ୍ଥିତ ଥିଲେ ।


