ବିଜେପି ଯୁବ ମୋର୍ଚ୍ଚା ତରଫରୁ ସାଂଗଠନିକ ବୈଠକ ସହ ନୂତନ ଦାୟିତ୍ୱ ଘୋଷଣା

ଶେରଗଡ଼,(ବିଭୁ ପ୍ରସାଦ ଦାସ): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ପିତଳ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ନୟନ ମଲ୍ଲିକଙ୍କ ନେତୃତ୍ୱରେ ସାଂଗଠନିକ ବୈଠକ ସହ ନୂତନ ଦାୟିତ୍ୱ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓ ଦେଶରେ ବିଜେପି ପ୍ରତି ବଢୁଥିବା ଲୋକପ୍ରିୟତା ଓ ଆସ୍ଥାକୁ ପାଥେୟ କରି ସ୍ଥାନୀୟ ସ୍ତରରେ ବିଜେପିର ଶକ୍ତି ବଢାଇବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ସାଧାରଣ ଲୋକଙ୍କ ସମସ୍ୟା ସହ ଯୋଡି ହୋଇ ସମାଧାନ ଦିଗରେ କାର୍ଯ୍ୟକରି ବୁଥ୍ ସ୍ତରରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜେପିକୁ ସଶକ୍ତ କରିବାରେ ସମସ୍ତ କାର୍ଯ୍ୟକର୍ତ୍ତା ଭୂମିକା ନିର୍ବାହ ସକାଶେ ଆହ୍ବାନ କରାଯାଇଥିଲା । ଶେଷରେ ଘୁମୁସର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା ଓ ଜିଲ୍ଲା ସାଧାରଣ ସମ୍ପାଦକ ବନିନ୍ଦ୍ର କୁମାର ସାହୁ,ହିଞ୍ଜିଳି ନଗର ସଭାପତି ମାଧବ ଗୌଡ,ବରିଷ୍ଠ ଆଇନଜୀବୀ ପବିତ୍ର ନାୟକଙ୍କ ଉପସ୍ଥିତରେ ପିତଳ ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଭାବେ ଶ୍ରୀ ସୁଶାନ୍ତ ଶିଅକୁ ମନୋନୀତ କରାଯାଇଥିଲା । ତତ୍ ସହିତ ନରେନ୍ଦ୍ରପୁର ସମେତ ବିଭିନ୍ନ ଗ୍ରାମରୁ ବହୁ ବ୍ୟକ୍ତି ବିଜେପିରେ ସାମିଲ ହୋଇ ଆଗାମୀ ଦିନରେ ସଂଗଠନକୁ ମଜବୁତ କରିବାକୁ ସଂକଳ୍ପ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାନନ ଡାକୁଆ,ଚିତ୍ରସେନ ବେହେରା,ଜଗନ୍ନାଥ ପାତ୍ର,ରୋହିତ ସ୍ଵାଇଁ,ମୂରଲି ସ୍ଵାଇଁ,ସନ୍ତୋଷ ପୋଲାଇ,ପୁରୁଷୋତ୍ତମ ସ୍ଵାଇଁ,ନିଳମଣୀ ସ୍ଵାଇଁ,ସୁଶାନ୍ତ କୁମାର ସେଠୀ,ସିଲୁ ଆଚାରୀ,କାହ୍ନୁଚରଣ ଶିଅ,କୃଷ୍ଣଚନ୍ଦ୍ର ସ୍ଵାଇଁ,ବସନ୍ତ ସ୍ଵାଇଁ,ହିନ ପ୍ରଧାନ,ପିତଳ ମଣ୍ଡଳର ପାଖାପାଖି ୧୦୦ ବିଜେପି କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ