ସୋମନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର କ୍ୱାଟର ଫାଇନାଲ ମ୍ୟାଚ
ଶିଖର ପପୁସ ଇଲେଭନ କ୍ଲବ ବିଜୟୀ
ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ତେଂଟୋଇ ପଂଚାୟତ ମହିମା ଅଲେଖ କ୍ରିକେଟ ଗ୍ରାଉଣ୍ଡରେ ସତ୍ୟପୀର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ସୋମନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟର କ୍ୱାଟର ଫାଇନାଲ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ପ୍ରଥମେ ନାଉଗାଁ ପଂଚାୟତର ଏସକେ ଇଲେଭନ ଷ୍ଟାର ଦଳ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ନେଇ ୧୫ ଓଭରରେ ୭ ଉଇକେଟ ହରାଇ ୧୬୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଶିଖର ପଂଚାୟତର ପପୁସ୍ ଇଲେଭନ କ୍ଲବ ଦଳ ୧୦.୨ ଓଭରରେ ୩ ଉଇକେଟ ହରାଇ ୧୬୩ ରନ କରି ୭ ଉଇକେଟରେ ବିଜୟ ଲାଭ ଜରିଥିଲା । ଏହି ମ୍ୟାଚରେ ପପୁସ୍ ଇଲେଭନ କ୍ଲବର ବ୍ୟାଟ୍ସ ମ୍ୟାନ ମିଷ୍ଟର ବୁଲୁ ୩୨ ବଲରେ ୮୩ ରନ ସଂଗ୍ରହ କରିଥିବାରୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ମ୍ୟାଚର କ୍ଷେତ୍ର ପରିଚାଳକ ଦାୟିତ୍ୱରେ ତୁଷାର ସ୍ୱାଇଁ ଓ ବାବୁରାମ ପ୍ରଧାନ ରହିଥିବା ବେଳେ କାମଦେବ ଦଳାଇ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ମ୍ୟାଚକୁ କ୍ଲବର ସଦସ୍ୟ ବାବୁ ଦାସ, ସରୋଜ ଲେଙ୍କା, ରାଜେଶ ରଂଜନ ବିଶ୍ୱାଳ, ବାବୁଲି ମୁଦୁଲିଙ୍କ ସମତେ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ ।


