ବିଦ୍ଧବା ହୋଇଥିଲେ ବି ମିଳୁନି ଭତ୍ତା, ବ୍ଲକ ଦୌଡି ଦୌଡି ନୟାନ୍ତ ହେଲେଣି ଜମୁନା

ହାଟଡ଼ିହି, (ବିକାଶ ବିଶ୍ୱାଳ):୧୫ବର୍ଷ ଧରି ବିଦ୍ଧବା ହୋଇଥିଲେବି ଆଜି ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଖଣ୍ଡିଏ ପାଇପାରି ନାହାନ୍ତି । ଗତ ୨୦୨୦ରୁ ଭତ୍ତା ପାଇଁ ଆବେଦନ କରିଥିଲେବି ଆଜି ପର୍ଯ୍ୟନ୍ତ ଭତ୍ତା ମିଳିପାରୁ ନାହିଁ । ଏପରି ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଆଦିବାସୀ ଅଧୁ୍ୟଷିତ ପୁରୁଣାପାଣି ଗାଁର ଜମୁନା ମୁର୍ମୁଙ୍କ କ୍ଷେତ୍ରରେ । ତାଙ୍କ ଅଭିଯୋଗ ଅନୁଯାଇ ସେ ଜଣେ ଆଦିବାସୀ ବିଦ୍ଧବା ମହିଳା ହୋଇଥିବାବେଳେ ତାଙ୍କ ସ୍ୱାମୀ ମାୟାଧର ମୁର୍ମୁ ଆଜକୁ ୧୫ବର୍ଷ ହେଲା ମୃତୁ୍ୟବରଣ କଲେଣି । ସେ ଜଣେ ଅସହାୟ ଗରିବ ପରିବାର ହୋଇଥିବାବେଳେ ଘରେ ଦୁଇଓଳି ଖାଇବାକୁ ନାହିଁ । ମୁଲ ମଜୁରୀ ଲାଗିଲେ ପରିବାର ଚଳେ । ଏପରି ଅବସ୍ଥାରେ ସେ ଭତ୍ତା ଖଣ୍ଡିଏ ପାଇଁ ଅନେକବାର ଆବେଦନ କରିଥିଲେବି ତାଙ୍କୁ ଭତ୍ତା ମିଳିପାରି ନଥିଲା । ପରେ ଗତ ୨୦୨୦ରେ ପୁନର୍ବାର ବ୍ଲକକୁ ଆସି ଭତ୍ତା ଫର୍ମ ପକାଇଥିଲେବି ଆଜି ପର୍ଯ୍ୟନ୍ତ ତାଙ୍କ ଭତ୍ତା ହୋଇପାରିଲାନି । ତାଙ୍କରି ସାଙ୍ଗରେ ୧୦ଜଣ ଆବେଦନ କରିଥିବାବେଳେ ୯ଜଣ ଭତ୍ତା ପାଇସାରିଛନ୍ତି । ହେଲେ ତାଙ୍କର ଭତ୍ତା ମିଳିପାରୁ ନାହିଁ । ଏନେଇ ସେ ବ୍ଲକକୁ ବାରମ୍ବାର ଆସୁଥିଲେବି କେହି ତାଙ୍କ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ ତାଙ୍କୁ ଭତ୍ତା ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦେଇ ଭତ୍ତା ଖଣ୍ଡିଏ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ