ବିଦ୍ୟାଳୟ ପରିଚାଳନା କମିଟି ବୈଠକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଗଣ୍ଡକୁରା ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ବୈଠକ କୋଭିଡ୍ ନିୟମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ଚିନ୍ତାମଣି ଘଡେଇ, ସିଆରସିସି ଭରତ ଚନ୍ଦ୍ର ଓଝା, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ ପହି ଯୋଗ ଦେଇଥିଲେ । ଶିକ୍ଷକ ପଦ୍ମନାଭ ଗିରି, ବଳରାମ ଜେନା, ପରିଚାଳନା କମିଟି ଅଧ୍ୟକ୍ଷ ଅର୍ଜ୍ଜୁନ ଚରଣ ଜେନା ଉପସ୍ଥିତ ଥିଲେ । ଏହି ଅବସରରେ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ୨ ହଳ କରି ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା । ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କମିଟିର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ ।


