ବିଦ୍ୟୁତ୍ ଆଘାତରେ ବୃଦ୍ଧା ମୃତ
ଭଞ୍ଜନଗର (ସନ୍ତୋଷ କୁମାର ଜେନା) ଭଞ୍ଜନଗର ଥାନା ଅନ୍ତର୍ଗତ ତନରଡ଼ା ଗ୍ରାମ ଧୋଡ଼ା ସାହିରେ ଆଜି ସକାଳ ୮ଟା ସମୟରେ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧା ଙ୍କର ମୃତ୍ୟୁ ଘଟିଛି।ବଙ୍ଗାଳି ବିଷୋୟୀ(୬୦) ଗାଧେଇ ସାରି ଘର ବାରିପଟେ ଓଦା ଲୁଗା ସୁଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ।ପରିବାର ଲୋକେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଖବର ପାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଛି।


