ବିଧାୟକଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ସଡକ ଯୋଜନା ଲୋକାର୍ପିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ବଡପଡା ଠାରେ ଚାରି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ପ୍ରଧାନ ମନ୍ତ୍ରୀ ସଡକ କୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଆଜି ଲୋକାର୍ପିତ କରିଛନ୍ତି । ଏହି ସଡକ ଯୋଜନା ଦ୍ଵାରା 8 ଖଣ୍ଡ ଗ୍ରାମବାସୀ ଉପକୃତ ହୋଇପାରିବେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ, ସରପଞ୍ଚ ଗୀତାଞ୍ଜଳି ସାହୁ, ରାଜେନ୍ଦ୍ର ଗୌଡ଼, ପ୍ରମୋଦ ପ୍ରଧାନ, ସମିତି ସଭ୍ୟ ଦୁର୍ଗାମାଧବ ନାୟକ, ସରପଞ୍ଚ ପ୍ରତିନିଧି ଏସ ରାମେଶ୍ୱର ପାତ୍ର, ପୂର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ବିଭୁପାଦ ଜେନା ଶରତ ସ୍ଵାଇଁ, ମଣ୍ଟୁ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ