ବିଧାୟକଙ୍କ ଦ୍ଵାରା ଶ୍ରେଣୀ ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ

ବେଲଗୁଣ୍ଠI, (ଶିବରାମ ଚୌଧୁରୀ): ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା 10 ଲକ୍ଷ୍ ଟଙ୍କାରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଶୁଭ ଦେଇଥିଲେ I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ ମହାବିଦ୍ୟାଳୟର ସୁବିଧା ଅସୁବିଧା ସହ ଆଗାମୀ ଦିନରେ ମହାବିଦ୍ୟାଳୟର ଭିତ୍ତି ଭୂମି ସୁଦୃଢ ହେବା ବିଷୟରେ ବିଧାୟକଙ୍କ ସହ ଆଲୋଚନା କରିଥିଲେ I ମହାବିଦ୍ୟାଳୟର ଉନ୍ନତି ପାଇଁ ଆବଶ୍ୟକ ଅର୍ଥ ରାଶି ଯୋଗାଇ ଦେବେ ବୋଲି ବିଧାୟକ ଶ୍ରୀ ସ୍ଵାଇଁ ପ୍ରତିଶ୍ରୁତି ଦେଇଥିଲେ I କୋଭିଡ ନିୟମ ଲାଗୁ ହୋଇଥିବାରୁ ସମସ୍ତେ ମାକ୍ସ ପରିଧାନ କରିବା ସହ ସାନିଟାଇଜ ହୋଇ ସାମାଜିକ ଦୁରତ୍ଵ ରକ୍ଷା କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂlସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ବିଶ୍ଵ ଭାରତୀ ସଭାପତି କୁଞ୍ଜ ବିହାରୀ ନାୟକ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୂମ୍ନ ପାତ୍ର, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ , ଯୁବ ସ୍ଵେଚ୍ଛାସେବୀ ବିଭୂପାଦ ଜେନା, ସମିତି ସଭ୍ୟ ପ୍ରତିନିଧି ରଙ୍କନିଧି ପରିଛା ପ୍ରମୁଖ ଯୋଗଦେଇଥିଲେ I ମହାବିଦ୍ୟାଳୟର ଅଧ୍ୟାପକ ଗିରିଧର ନାୟକ, ରାମ ଚନ୍ଦ୍ର ମହାନ୍ତି, ରବି ପାତ୍ର, ରଞ୍ଜିତ ଦାସ, ସଞ୍ଜୀବ ଦାସ ଓ ଅନିଲ୍ କୁମାର ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ