କୋଣାର୍କ ଜବାହାରଲାଲ ନବୋଦୟ ବିଦ୍ୟାଳୟରେ ବନମହୋତ୍ସବ ପାଳିତ
କୋଣାର୍କ:(ଗଣେଶ ଚନ୍ଦ୍ର ବେହେରା) ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ବର୍ତ୍ତମାନର ମାନବ ସମାଜ ବିଭିନ୍ନ କଳକାରଖାନା,ବିରାଟକାୟ ମାନର ଅଟାଳିକା,ଅତ୍ୟାଧୁନିକ ଧାରଣର ସ୍କୁଲ, କଲେଜ,ହସ୍ପିଟାଲ ସବୁ ପ୍ରସ୍ତୁତ କରୁଛନ୍ତି । ଯାହା ଫଳର ବହୁପରିମାଣ ର ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି । ସେ ମଣିଷ ହୁଅନ୍ତୁ କି ଯେ କୌଣସି ପ୍ରାଣୀ ହୁଅନ୍ତୁ ସମସ୍ତଙ୍କ ପାଇଁ ବୃକ୍ଷର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ। ମନୁଷ୍ୟ ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ଆବଶ୍ୟକ ହେଉଥିବା ଅମ୍ଳଜାନ କେବଳ ଉଦ୍ଭିଦ ଜଗତରୁ ହିଁ ମିଳିଥାଏ । ତେଣୁ ଅନେକ ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କ ଦ୍ଵାରା ବୃକ୍ଷ ରୋପଣ ଓ ରକ୍ଷଣ କାର୍ଯ୍ୟକ୍ରମ ହେଉଥିବାର ଅନେକ ନଜରକୁ ଆସିଛି । ମୋଟାମୋଟି ଭାବେ କହିବାକୁ ଗଲେ ବୃକ୍ଷ ବିନା ଜୀବଜଗତ ତିଷ୍ଠି ରହିବା ଏକ ପ୍ରକାର ଅସମ୍ଭବ। ଏହାକୁ ଦୃଷ୍ଟିରେ ରଖି ଆଜି ଅର୍କକ୍ଷେତ୍ର କୋଣାର୍କରେ ଜବାହାରଲାଲ ନବୋଦୟ ବିଦ୍ୟାଳୟ ପରିସରରେ ସାମାଜିକ ଦୂରତା ସହିତ ୭୧ ତମ ବନ ମହୋତ୍ସବ ପାଳନ କରାଯାଇ ବହୁ ପରିମାଣରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ସହକାରୀ ବନ ସଂରକ୍ଷଣ ରକ୍ଷକ ଶ୍ରୀକାନ୍ତ ବେହେରା ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ପ୍ରତେକ ମନୁଷ୍ୟ ନିଜ ଜୀବନ କାଳରେ ଅତ୍ୟନ୍ତ ଗୋଟିଏ ଗଛ ରୋପଣ କରି ଏହାର ରକ୍ଷଣାବେକ୍ଷଣ କରିବା ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣ ରେ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୋଣାର୍କ ବନାଞ୍ଚନ ଅଧିକାରୀ ବେଣୁଧର ବେହେରା,ନବୋଦୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପି.ମଲେଶ୍ୱର ରାଓ ଓ ବନରଖି ରବୀନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ ।


