ବିପୁଳିଙ୍ଗି ଠାରେ ଆମ ପୋଲିସ୍ ସମିତିର ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମ ସ୍ଥିତ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଛତ୍ରପୁର ଥାନା ଆମ ପୋଲିସ୍ ସମିତି ର ବୈଠକ ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ବାସନ୍ଦ କୁ ନା କରିବା, ବାଲ୍ୟ ବିବାହ ମୁକ୍ତ କରିବା , କନ୍ୟାଭୃଣ ହତ୍ୟା, ସାଇବର ଠକେଇ ଓ ନାରୀ ନିଯ୍ୟାତନା ରୋକିବା ଉପରେ ସଚେତନତା କରାଯାଇଥିଲା । ଏହି ବୈଠକ ରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସ୍ଥାନୀୟ ସରପଞ୍ଚ ହିନା ସେଠି, 19ନଂ ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ,21ନଂ ଜିଲ୍ଲାପରିଷଦ ସଭ୍ୟା ଛବିତା ବେହେରା, ଯୁବ ବିଜେଡ଼ି ଛତ୍ରପୁର ବ୍ଲକ ସଭାପତି ସୁବାଷ ଚନ୍ଦ୍ର ନାହାକ (କାଳିଆ ), ଯୁବ ନେତା ସୁରେଶ ଦାଶ ଓ ହେମନ୍ତ ନାହାକ ଙ୍କ ସମେତ ଗ୍ରାମର ବହୁ ଭଦ୍ର ବ୍ୟକ୍ତି, ଏସଏଚଜି ମହିଳା, ଅଙ୍ଗନବାଡ଼ି ଓ ଆଶା କର୍ମୀ ଏବଂ ୱାର୍ଡ଼ ମେମ୍ବର ମାନେ ଉପସ୍ଥିତ ଥିଲେ ।


